Advertisment

୨ ଟଙ୍କାରେ ଗୋବର କିଣିବେ ରାଜସ୍ଥାନ ସରକାର; ହେଲେ କରିବେ କ’ଣ ?

ଛତିଶଗଡ଼ ଭଳି ରାଜସ୍ଥାନ ସରକାର ମଧ୍ୟ ଗୋବର କିଣି ଏହାର ଉପଯୋଗ କରିବ । ଯାହା କି ଜମିରେ ଖତ ଭାବରେ ବ୍ୟବହାର ହେବ । ଏହାଛଡ଼ା ବୋୟୋଗ୍ୟାସ ମଧ୍ୟ ପ୍ରସ୍ତୁତ ହେବ ।

author-image
Manoranjan Behera
ଅଦ୍ୟତନ ହୋଇଛି
Rajasthan Assembly Election 2023

Rajasthan CM Ashok Gehlot

ଲୋକଙ୍କଠାରୁ ଗୋବର କିଣିବ ରାଜସ୍ଥାନ ସରକାର । ଗୋଧନ ଗ୍ୟାରେଣ୍ଟି ଯୋଜନାରେ ଗୋବର କେଜି ପ୍ରତି ୨ ଟଙ୍କା ଲେଖାଏଁ ଦେବ । ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାରରେ ଏହି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ଉପସ୍ଥିତିରେ ଦଳ ତରଫରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି ।

Advertisment

ଅଶୋକ ଗେହଲତ କହିଛନ୍ତି ଯେ, ଅନ୍ୟ ପଶୁଙ୍କ ଭଳି ଗାଈ ମଧ୍ୟ ରାସ୍ତାଘାଟରେ ବୁଲୁଛନ୍ତି । କେତେକ ସମୟରେ ସେମାନଙ୍କ କାରଣରୁ ଦୁର୍ଘଟଣା ମଧ୍ୟ ଘଟିଥାଏ । ଯେଉଁଥିରେ ଉଭୟ ଗାଈ ଓ ମଣିଷ ପ୍ରାଣ ହରାଉଛନ୍ତି । ତେଣୁ ସରକାରଙ୍କ ପକ୍ଷରୁ ଗାଈଗୋରୁଙ୍କ ରହିବା ପାଇଁ ଗୋଶାଳା ତିଆରି ହେଉଛି । ଏହାଛଡ଼ା ଗୋଧନ ଗ୍ୟାରେଣ୍ଟି ଯୋଜନାରେ ଗୋବର କେଜି ପ୍ରତି ୨ ଟଙ୍କା ଲେଖାଏଁରେ କିଣିବେ ସରକାର ।

ଅଶୋକ ଗେହଲତ ଆହୁରି କହିଛନ୍ତି ଯେ ଛତିଶଗଡ଼ ଭଳି ରାଜସ୍ଥାନ ସରକାର ମଧ୍ୟ ଗୋବର କିଣି ଏହାର ଉପଯୋଗ କରିବ । ଯାହା କି ଜମିରେ ଖତ ଭାବରେ ବ୍ୟବହାର ହେବ । ଚାଷୀଙ୍କ ପାଇଁ ଏହା ଉପଯୋଗୀ ହେବ । ଏହାଛଡ଼ା ବୋୟୋଗ୍ୟାସ ମଧ୍ୟ ପ୍ରସ୍ତୁତ ହେବ । ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ଉପସ୍ଥିତିରେ ଦଳ ତରଫରୁ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଛି ୭ଟି ଗ୍ୟାରେଣ୍ଟି ।

Advertisment

ସେଗୁଡ଼ିକ ହେଲା ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ଏଲପିଜି ସିଲିଣ୍ଡର ଦିଆଯିବ ୫ ଶହ ଟଙ୍କାରେ। ସରକାରୀ କର୍ମଚାରୀଙ୍କ ପ୍ରତି ପୁରୁଣା ପେନସନ ଲାଗୁ ହେବ। ସରକାରୀ କଲେଜରେ ନାଁ ଲେଖାଇଲେ ପିଲାଙ୍କୁ ମିଳିବ ଲାପଟପ କିମ୍ବା ଟାବଲେଟ। ପ୍ରାକୃତିକ ବିପର୍ଯ୍ୟୟ ହେଲେ ପ୍ରତ୍ୟେକ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା।

ଇଂରାଜୀ ମାଧ୍ୟମରେ ପାଠପଢ଼ା ହେବ। ଚିରଂଜୀବୀ ସ୍ବାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିକୁ ୨୫ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯାଇଛି । କ୍ଷମତାକୁ ଫେରିଲେ ଏହି ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୫ ତାରିଖରେ ରାଜସ୍ଥାନରେ ଲୋକସଭା ନିର୍ବାଚନ ହେବ। ସମସ୍ତ ୨୦୦ଟି ଆସନରେ ଭୋଟ ଗ୍ରହଣ କରାଯିବ। ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବ।

Assembly Election 2021 Organic Compost Rajasthan CM Ashok Gehlot
Advertisment
Advertisment