/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641107591.jpg)
CoronaVirus
ଜୟପୁର: ସାରା ଦେଶରେ ବଢିବାରେ ଲାଗିଛି କରୋନା। ସଂକ୍ରମଣକୁ କେମିତି ରୋକାଯାଇପାରିବ ସେନେଇ ଚିନ୍ତାରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର। ତେବେ କରୋନାର ଦ୍ୱିତୀୟ ଡୋଜ୍ ଟିକା ନନେଇଥିଲେ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି ରାଜସ୍ଥାନ ସରକାର। ଆସନ୍ତା ମାସ ଏହି ନିୟମ ଲାଗୁ ହେବାକୁ ଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ନିଷ୍ପତ୍ତି ଖୋଦ୍ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ନେଇଥିବା ସୂଚନା ମିଳିଛି। ଗତକାଲି ଗେହେଲଟ୍ଙ୍କ ନେତୃତ୍ୱରେ କରୋନା ସଂକ୍ରମିତ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଯେଉଁଥିରେ କରୋନାର ଉଭୟ ଡୋଜ୍ ନେଇନଥିବା ବ୍ୟକ୍ତି ଯେମିତି ଘରୁ ନବାହାରିପାରିବେ ସେନେଇ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ଗେହଲଟ କହିଥିଲେ ଯେ, ଡେଲ୍ଟା ସଂକ୍ରମଣ ସମୟରେ ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତ୍ୟେକ ଦିନ ରାଜସ୍ଥାନରେ ଶତାଧିକ ଲୋକ ମୃତ୍ୟୁମଖରେ ପଡ଼ିଥିଲେ। ତେଣୁ ଏବେ ପୁଣି ଥରେ କରୋନାର ନୂଆ ଭ୍ୟାରିଆଂଟ୍ ଓମିକ୍ରନ ଆସୁଥିବାରୁ ସଜାଗ ହୋଇଛନ୍ତି ସରକାର। ଏହାସହ ଗେହେଲଟ୍ କହିଛନ୍ତି କି ଆମେରିକାରେ ବର୍ତ୍ତମାନ ସମୟରେ ଦୈନିକ ୫ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ତେଣୁ ଆମେ ଯଦି ସଚେତନ ନହେବା ଦୈନିକ ସଂକ୍ରମଣ ବହୁ ସଂଖ୍ୟାରେ ବଢିବ ଅର୍ଥାତ୍ ସ୍ଥିତି ବେକାବୁ ହେବ ବୋଲି ଗେହେଲଟ୍ କହିଛନ୍ତି।
ସେପଟେ, ନୂଆ ବର୍ଷରେ କରୋନା ମହାମାରୀରେ ଅନ୍ତ । ସବୁଦିନ ପାଇଁ ଚାଲିଯିବ କି ମହାମାରୀ ? ସାରା ବିଶ୍ୱ ତଥା ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଶ୍ୱସ୍ତିକର ଖବର ଦେଲା ଡବ୍ଲୁଏଚଓ (World Health Organization) । ଚଳିତ ବର୍ଷ ବିଶ୍ୱରୁ ସଂକ୍ରମଣ ଶେଷ ହୋଇଯିବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି । ବର୍ଷ ଶେଷ ସୁଦ୍ଧା କରୋନାର ଅନ୍ତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଯାହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)