Advertisment

NDAରେ ସାମିଲ ହେବ MNS ! ବିଜେପି ନେତାଙ୍କ ସହ ବୈଠକ କଲେ ରାଜ୍‌ ଠାକରେ

ଏହାପୂର୍ବରୁ ଫେବ୍ରୁଆରୀ ୧୫ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ 'ଲୋକମତ୍' କାର୍ଯ୍ୟକ୍ରମରେ କହିଥିଲେ ଯେ ରାଜ୍‌ ଠାକରେ NDA ସହିତ ଆସିବେ କି ନାହିଁ ଆପଣ ଶୀଘ୍ର ଜାଣିପାରିବେ।

ଅଦ୍ୟତନ ହୋଇଛି
Will Raj Thackeray join NDA

Raj Thackeray

Advertisment

ଆଉ କିଛି ଦିନ ପରେ ଘୋଷଣା ସାଧାରଣ ନିର୍ବାଚନ ତାରିଖ। ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରସୋରରେ ଜାରି ରହିଛି ପ୍ରସ୍ତୁତି। ତେବେ ଏହାରି ମଧ୍ୟରେ ମହାରାଷ୍ଟ୍ରରୁ ଆସିଛି ଏକ ବଡ଼ ଖବର। ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକରେ NDAରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ମୁମ୍ବାଇ ବିଜେପି ସଭାପତି ଆଶିଷ ଶୋଲାର ସୋମବାର ରାଜ୍‌ ଠାକରେଙ୍କ ବାସଭବନରେ ତାଙ୍କୁ ଭେଟିଥିଲେ। ଏହି ଦୁଇ ନେତାଙ୍କ ଭେଟଘାଟ୍‌ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ତେବେ ଏହି ବୈଠକ ପରେ ଖୁବଶୀଘ୍ର ରାଜ୍‌ ଠାକରେଙ୍କୁ ଦିଲ୍ଲୀରୁ ଡକରା ଆସିପାରେ ଓ ସେ ଏନଡିଏରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

Advertisment

ଏହି ଦୁଇ ନେତାଙ୍କ ମଧ୍ୟରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ସେଠାରେ ଆଉ କେହି ଉପସ୍ଥିତ ନଥିଲେ। ତେବେ ଏହି ବୈଠକକୁ ନେଇ ଉଭୟ ପକ୍ଷରୁ କେହି କୌଣସି ସୂଚନା ଦେଇନାହାନ୍ତି।

ତେବେ ଏନଡିଏରେ ସାମିଲ ହେବା ନେଇ ପ୍ରଶ୍ନରେ କିନ୍ତୁ ରାଜ୍‌ ଠାକରେ ସିଧା ଉତ୍ତର ଦେଇନଥିଲେ। ଆଶିଷ ଶୋଲାରଙ୍କ ସହ ହୋଇଥିବା ସାକ୍ଷାତକାରକୁ ରାଜ୍‌ ଠାକରେ କହିଛନ୍ତି, ‘ଆଜି ମୋର ଭିନ୍ନ ପ୍ରସଙ୍ଗ ଥିଲା। ଯେତେବେଳେ ମୋତେ ନିର୍ବାଚନ ବିଷୟରେ କହିବାକୁ ହେବ ମୁଁ କହିବି’ ବୋଲି ସେ କହିଛନ୍ତି। ସେହିପରି ଆଶିଷ ଶୋଲାର କହିଛନ୍ତି, ‘ରାଜନୈତିକ ବ୍ୟକ୍ତିଙ୍କ ମଧ୍ୟରେ ଏମିତି ସାକ୍ଷାତକାର ହୋଇଥାଏ। ଯଦି କିଛି ବି ସେପରି ଘଟେ ତେବେ ସେନେଇ ଦେବେନ୍ଦ୍ର ଫଡନାଭିସ୍‌ କହିବେ’ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

Advertisment

ଏହାପୂର୍ବରୁ ଫେବ୍ରୁଆରୀ ୧୫ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ 'ଲୋକମତ୍' କାର୍ଯ୍ୟକ୍ରମରେ କହିଥିଲେ ଯେ ରାଜ୍‌ ଠାକରେ NDA ସହିତ ଆସିବେ କି ନାହିଁ ଆପଣ ଶୀଘ୍ର ଜାଣିପାରିବେ। ସେ କହିଥିଲେ, "ସମୟ କହିବ MNS’ କେଉଁଠାରେ ରହିବେ । ରାଜ୍‌ ଠାକରେଙ୍କ ସହ ଆମର ଭଲ ବନ୍ଧୁତା ଅଛି’ ବୋଲି ସେ କହିଥିଲେ।

BJP Raj Thackeray MNS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ