• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସାମରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ବନ୍ୟା ପରିସ୍ଥିତି । ୨୮ ଜିଲ୍ଲାରେ ୩୦ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି । ଏବେ ବି ଅନେକ ଲୋକେ ପାଣି ଭିତରେ ଫସି ରହିଛନ୍ତି । ବାୟୁସେନା, ଏନ୍‌ଡିଆର୍‌ଏଫ, ରାଜ୍ୟ ସରକାରଙ୍କ ସହାୟତାରେ ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଅଗରତାଲାରେ ବର୍ଷା ୬୦ ବର୍ଷର ରେକର୍ଡ ଭାଙ୍ଗିଛି । ଅନରବତ ବର୍ଷା ଯୋଗୁଁ ରେସ୍‌କ୍ୟୁ ଅପରେସନ୍‌ରେ ବାଧା ଉପୁଜୁଛି । ଏବେ ଯାଏଁ ବର୍ଷା ଓ ଭୂସ୍ଖଳନରେ ଆସାମରେ ୨୪ ଜଣଙ୍କ ଜୀବନ ଯାଇଛି । ଖାଲି ଆସାମ ନୁହେଁ ତ୍ରିପୁରା ଓ ମେଘାଳୟରେ ବି ବର୍ଷାଜନିତ କ୍ଷୟକ୍ଷତି ହୋଇଛି । ତ୍ରିପୁରାରେ ୧୦ ହଜାର ଲୋକ ବନ୍ୟା ପରେ ବାସହରା ହୋଇଛନ୍ତି । ସେହିପରି ମେଘାଳୟରେ ବନ୍ୟା ଓ ଭୂସ୍ଖଳନ ୧୮ ଜଣଙ୍କ ମୃତ୍ୟୁ ହେଲାଣି ।

ବନ୍ୟା ଯୋଗୁ ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବାବେଳେ ଆଉ କିଛି କିଛି ସ୍ଥାନରେ ରାସ୍ତାରେ ୩ ଫୁଟ ଉଚ୍ଚରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ବିଭିନ୍ନ ରାସ୍ତା ଉପରେ ପାଣି ଚାଲୁଥିବାରୁ ବହୁ ସଂଖ୍ୟାରେ ଲୋକେ ଫସି ରହିଛନ୍ତି । ପାହାଡ଼ ତଳି ଅଞ୍ଚଳରେ ରାସ୍ତା ଧୋଇ ହୋଇ ଯିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।