• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍ତର ଭାରତରେ ପ୍ରକୃତିର କୋପ । ବର୍ଷା ବିତ୍ପାତରେ ଗଲାଣି ୮୦ରୁ ଅଧିକ ଲୋକଙ୍କ ଜୀବନ । ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ପଂଜାବରେ କିଛି ଦିନ ହେଲାଣି ଜୋର୍ ବର୍ଷା ଲାଗି ରହିଛି । ଏହା ଦ୍ୱାରା ଭାଙ୍ଗିଛି ବହୁ ଘର ଦ୍ୱାର । ବିଶେଷ କରି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ଅନେକ ଘର ଭାଙ୍ଗିଛି ।

ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା । ଏଥିରେ ଏକ ରିସୋର୍ଟ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ରିସୋର୍ଟର ଭଗ୍ନାବଶେଷରୁ ଏକ ଦମ୍ପତି ଏବଂ ତାଙ୍କ ପୁଅ ସମେତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସଦ୍ୟତମ ରିପୋର୍ଟ ଅନୁସାରେ, ମାତ୍ର ତିନି ଦିନ ମଧ୍ୟରେ ଏଠାରୁ ୧୦ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇ ସାରିଲାଣି।

ଅଧିକ ପଢ଼ନ୍ତୁ: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ! ୪ ଦିନ ଧରି ଭୂସ୍ଖଳନ ରଚୁଛି ପ୍ରଳୟ

ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ୍ ଟିମ୍ । ଘରର ଭଗ୍ନାବଶେଷ ତଳୁ ଜୀବନ ଖୋଜା ଚାଲିଛି । ଆହୁରି କିଛି ଦିନ ମଧ୍ୟ ବର୍ଷା ଲାଗି ରହିବାର ପୂର୍ବାନୁମାନ କରାଯାଇଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିପାରେ । ହିମାଚଳରେ ୧୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ ସାରିଥିବା ଆକଳନ କରାଯାଇଛି ।

ମୋଟ ଉପରେ ଦେଖିବାକୁ ଗଲେ ଚଳିତ ବର୍ଷ ହିମାଚଳ ପ୍ରଦେଶରେ ବର୍ଷାରେ ୨୧୪ ଜଣ ଲୋକଙ୍କ ମୃତ୍ୟୁ ହେଲାଣି । ଗତ ଦୁଇ ମାସ ଭିତରେ ଏହି ରାଜ୍ୟରେ ୭୪୨ ମିଲିମିଟର ବର୍ଷା ହୋଇଛି । ପଂଜାବରେ ମଧ୍ୟ ପ୍ରବଳ ବନ୍ୟା ଦେଖିବାକୁ ମିଳିଛି । ହୋସିୟାରପୁର, ଗୁରଦାସପୁର, ରୁପନଗର ଜିଲ୍ଲାର ସ୍ଥିତି ସାଂଘାତିକ । ଲୋକେ ଘରୁ ବାହାରି ପାରୁନାହାନ୍ତି ।