Advertisment

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ! ୪ ଦିନ ଧରି ଭୂସ୍ଖଳନ ରଚୁଛି ପ୍ରଳୟ

ଆସୁଛି ଗୋଟିକ ପରେ ଗୋଟିଏ ଛାତିଥରା ଚିତ୍ର । ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୦ ପାର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Himachal Pradesh Landslides

Uttarakhand Landslide

ଉତ୍ତର ଭାରତରେ ଥମୁନି ପ୍ରକୃତିର ତାଣ୍ଡବ। ବିଶେଷ କରି ହିମାଚଳ ପ୍ରଦେଶରେ ଗତ ତିନି-ଚାରି ଦିନ ଧରି ଲଗାଣ ବର୍ଷା ଓ ଭୂସ୍ଖଳନ ପ୍ରଳୟ ରଚିଛି । ଏହି ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୦ ଟପିଲାଣି । ତାସ ଘର ପରି ଭୁଶୁଡି ପଡୁଛି ପାହାଡି ଇଲାକାର ଘର ଗୁଡ଼ିକ । ମାତ୍ର କେଇ ସେକେଣ୍ଡରେ ଧରାଶାୟୀ ହେଲା ତିନି ମହଲା ଅଟ୍ଟାଳିକା ।

Advertisment

ହିମାଚଳ ପ୍ରଦେଶ ଶିମଲାରେ ଭୟଙ୍କର ଭୂସ୍ଖଳନ ଯୋଗୁ ଦେଖିବାକୁ ମିଳିଛି ପ୍ରଳୟର ଏଭଳି ଛାତିଥରା ଚିତ୍ର । ତେବେ ସୌଭାଗ୍ୟବଶତ ପ୍ରଶାସନ ପକ୍ଷରୁ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇ ଘରକୁ ଖାଲି କରାଇଯାଇଥିଲା। ପ୍ରଥମେ ଏକ ଗଛ ଉପୁଡିଯିବାରୁ ଏହି ଘର ଭୁଶୁଡିବାର ଆଶଙ୍କା ଦେଖାଦେଇଥିଲା। ତେଣୁ ଏହାକୁ ଖାଲି କରାଯାଇଥିବାରୁ କୌଣସି ଜୀବନହାନି ହୋଇନଥିଲା।

ଅଧିକ ପଢ଼ନ୍ତୁ: ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ: ଥମୁନି ଭୂସ୍ଖଳନ ବିପର୍ଯ୍ୟୟ, ଆଖି ପିଛୁଳାକେ ଧ୍ୱଂସ ହୋଇଗଲା ଘର...

Advertisment

ସେପଟେ ଶିମଲାର ସମର ହିଲରେ ଗତ ସୋମବାର ବାଦଲ ଫଟା ବର୍ଷା ପରେ ଘଟିଥିବା ଭୂସ୍ଖଳନରେ ଏବେବି ମାଟି ତଳୁ ବାହାରିବାରେ ଲାଗିଛି ମୃତଦେହ। ଆଜି ମଧ୍ୟ ଏଠାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି NDRF, SDRF ଓ ରାଜ୍ୟ ପୋଲିସ ।

କେବଳ ସମର୍ ହିଲ ନୁହେଁ ରାଜ୍ୟର ଫଗଲିରେ ଏବଂ କ୍ରିଶ୍ନା ନଗରରୁ ମଧ୍ୟ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ରହିଯାଇଥିବା ମୃତଦେହ ଉଦ୍ଧାର କରାଯାଉଛି। ଗତ ୩ ଦିନ ଭିତରେ ବାଦଲଫଟା ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ୬୦ରୁ ଅଧିକ ଜୀବନ ନେଇସାରିଲାଣି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ଏବଂ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Landslides
Advertisment
Advertisment