/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655189547.jpg)
RAHUL GANDHI
ଆଜି ଚତୁର୍ଥ ଥର ଲାଗି ଇଡିରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧି । ଗତ ୧୪, ୧୫ ଓ ୧୬ ତାରିଖ ତିନି ଦିନ ଧରି ଲଗାତାର ରାହୁଲ ଗାନ୍ଧିଙ୍କୁ ଘାଣ୍ଟିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ୩ ଦିନରେ ୨୫ ଘଂଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି । ନାସନାଲ ହେରାଲ୍ଡ ଆର୍ଥିକ ହେରଫେର ମାମଲାରେ ରାହୁଲ ଗାନ୍ଧିଙ୍କୁ ଜେରା କରୁଛି ଇଡ଼ି ।
ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ସଂସ୍ଥାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଠାରୁ କିଣିଥିବା କଂପାନୀ ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍ର ବୋର୍ଡ ଅଫ୍ ଡିରେକ୍ଟର୍ସ ଅଛନ୍ତି ସୋନିଆ ଏବଂ ରାହୁଲ ଗାନ୍ଧି । ତେଣୁ ଏହି ମାମଲାରେ ଉଭୟଙ୍କ ସଂପୃକ୍ତି ସନ୍ଦେହ ଘେରରେ ଥିବାରୁ ରାହୁଲଙ୍କୁ ଜେରା କରାଯାଉଛି । ଆସୋସିଏଟେଡ ଜର୍ଣ୍ଣାଲ୍ସ ଲିମିଟେଡ୍ର ରାହୁଲଙ୍କ ପଦବୀ କଣ ଥିଲା? ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍ ସହିତ ସଂପର୍କ କଣ? ସେନେଇ ପ୍ରଶ୍ନବାଣରେ ଘାଇଲା କରୁଛି ଇଡି ।
ସେପଟେ କେବେଳ ନାସନାଲ୍ ହେରାଲ୍ଡ ନୁହଁ, ଅନେକ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିବା ସହ ଇଡିକୁ ହାତ ବାରସି କରି ବିଜେପି ଏଭଳି କରୁଥିବା କହିଛନ୍ତି ମଲିକାର୍ଜୁନ ଖରଗେ । ଏହାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତର କଂଗ୍ରେସ ତରଫରୁ ସତ୍ୟାଗ୍ରହ ଜାରି ରହିଛି । ଅନ୍ୟପଟେ କଂଗ୍ରେସର ଆରୋପ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ମହାପାତ୍ର । ସେ କହିଛନ୍ତି 'ଏ ଦେଶରେ କିଏ ରଜା ନୁହଁ କି ରାଣୀ ନୁହଁ, ଯାହାକୁ କିଏ ବି ପଚରା ଉଚରା କରିବନି। ଯିଏ ଭ୍ରଷ୍ଟାଚାର କରିଛି ସେ ତଦନ୍ତର ସାମନା କରିବାକୁ କାହିଁକି ଡରୁଛି' ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)