Advertisment

ଯେତେବେଳେ ମୁଁ ଠିକ୍ ଝିଅ ପାଇଯିବି ସେତେବେଳେ ମୁଁ ବିବାହ କରିବି - ରାହୁଲ ଗାନ୍ଧୀ

ରାହୁଲ୍ ଗାନ୍ଧୀଙ୍କୁ ଏବେ ୫୨ ବର୍ଷ। ବିବାହ କରିବାକୁ ସେ ଏମିତି ଝିଅ ଖୋଜୁଛନ୍ତି। ଜାଣନ୍ତୁ ସେ କେଉଁ ଗୁଣ ଥିବା ଝିଅ ଖୋଜୁଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi Speaks On His Life Partner

Rahul Gandhi is looking for such a virtuous girl for maariage

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେତେବେଳେ ସେ ଠିକ୍ ଝିଅ ପାଇଯିବେ ସେତେବେଳେ ସେ ବିବାହ କରିବେ। କାରଣ ତାଙ୍କ ବାପାମାଆଙ୍କର “ଅତ୍ୟନ୍ତ ସୁଖୀ ଦାମ୍ପତ୍ୟ ଜୀବନ” ଥିଲା, ଏନେଇ ତାଙ୍କ ଜୀବନସାଥୀଙ୍କ ପାଇଁ ସେ ବହୁତ ଆଶାବାଦୀ ଅଛନ୍ତି।

Advertisment

କଂଗ୍ରେସ ର ପୂର୍ବତନ ସଭାପତି ଏହା ସ୍ପଷ୍ଟ କରିଛନ୍ତି ଯେ “ବିବାହ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ ତାଙ୍କ ବାପା ରାଜୀବ ଗାନ୍ଧୀ ଏବଂ ମା ସୋନିଆ ଗାନ୍ଧୀଙ୍କୁ ସୂଚାଇ ସେ କହିଛନ୍ତି ଯେ ମୋର ବାପାମା’ଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଖୁସି ଥିଲା ଏବଂ ସେମାନେ ପରସ୍ପରକୁ ଖୁବ୍ ଭଲ ପାଉଥିଲେ। ତେଣୁ ମୋର ଆଶା ବହୁତ ଅଧିକ। ଯେତେବେଳେ ମୁଁ ଠିକ୍ ଝିଅ ପାଇଯିବି ସେତେବେଳେ ମୁଁ ବିବାହ କରିବି।”

ଅଧିକ ପଢ଼ନ୍ତୁ: ରାହୁଲଙ୍କ ଟି-ସାର୍ଟରେ ଏମିତି କ’ଣ ଅଛି, କାହିଁକି ଏହାକୁ ନେଇ ଏତେ ଚର୍ଚ୍ଚା ?

Advertisment

ସେ ନିଜ ଜୀବନସାଥୀଙ୍କର ଗୁଣକୁ ନେଇ କହିଛନ୍ତି ଯେ “ମୁଁ କେବଳ ଏକ ସ୍ନେହୀ ଝିଅ ଚାହୁଁଛି ଯିଏ ସବୁକିଛି ବୁଝିପାରୁଥିବ। ରାଜସ୍ଥାନରେ 'ଭାରତ ଯୋଡୋ ଯାତ୍ରା' ସମୟରେ କଣ୍ଟେନର ବାହାରେ ଡିନର୍ ସମୟରେ ହୋଇଥିବା ବାର୍ତ୍ତାଳାପର ଏହି ଭିଡିଓ ରବିବାର କଂଗ୍ରେସ ଶେୟାର କରିଛି।

ଏହି ଭିଡିଓରେ ରାହୁଲ କହିଛନ୍ତି ଯେ ସେ ଖାଇବାରେ ଏତେ ବାଛବିଚାର କରନ୍ତି ନାହିଁ ଏବଂ ଯେଉଁଠି ଯାହା ମିଳେ ତାହା ଖାଆନ୍ତି। କିନ୍ତୁ ସେ 'ମଟର ଏବଂ କଞ୍ଚା ଫଳ' ପସନ୍ଦ କରନ୍ତି ନାହିଁ। ସେପ୍ଟେମ୍ବର ୨୦୨୨ରେ ତାମିଲନାଡୁର କନ୍ୟାକୁମାରୀରୁ 'ଭାରତ ଯୋଡୋ ଯାତ୍ରା' ଆରମ୍ଭ କରିଥିବା ରାହୁଲ ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଅଛନ୍ତି।

Advertisment

ରାହୁଲଙ୍କ ଅନୁଯାୟୀ ତେଲେଙ୍ଗାନାର ଖାଦ୍ୟ ଟିକେ ମସଲାଯୁକ୍ତ ଓ ରାଗ। ସେ କହିଛନ୍ତି ଯେ “ମୁଁ ସେତେ ଅଧିକ ରାଗ ଖାଏ ନାହିଁ।" ତାଙ୍କ ଘରେ ଦିନରେ "ଦେଶୀ ଖାଦ୍ୟ" ଏବଂ ରାତିରେ କିଛି ୟୁରୋପୀୟ ଖାଦ୍ୟ ରୋଷେଇ କରାଯାଏ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ସେ ଏକ ସମନ୍ୱୟ ଖାଦ୍ୟ ଗ୍ରହଣ କରନ୍ତି ଏବଂ ମିଠା ଖାଇବା ଠାରୁ ଦୂରେଇ ରୁହନ୍ତି। ରାହୁଲ କହିଛନ୍ତି ଯେ ସେ ଆମିଷ ଖାଦ୍ୟକୁ ଭଲ ପାଆନ୍ତି ଏବଂ ସେ ଚିକେନ୍, ମଟନ୍ ଏବଂ ସାମୁଦ୍ରିକ ଖାଦ୍ୟ ପସନ୍ଦ କରନ୍ତି। ତେବେ ସେ ଚିକେନ୍ ଟିକ୍କା, ସିଖ୍ କବାବ ଏବଂ ଆମ୍‌ଲେଟ୍ ଖାଇବାକୁ ପସନ୍ଦ କରନ୍ତି।

Rahul Gandhi Bharat Jodo Yatra Congress Bharat Jodo Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ