Advertisment

ମୋଦି ନାରାବାଜୀଙ୍କୁ ଫ୍ଲାଇଙ୍ଗ୍‌ କିସ୍ ଦେଲେ ରାହୁଲ ଗାନ୍ଧୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ରାଜସ୍ଥାନ ଅଭିମୁଖେ ତାଙ୍କ ‘ଭାରତ ଯୋଡ ଯାତ୍ରା’ର ଅଭିଯାନକୁ ଆଗେଇ ନେଉଛନ୍ତି। ଯେତେବେଳେ ମଧ୍ୟପ୍ରଦେଶରେ ଏହି ଯାତ୍ରା ଚାଲିଥିଲା ସେତେବେଳେ 'ମୋଦି, ମୋଦି' ସ୍ଲୋଗାନ ଦେଇଥିବା ଜନତାଙ୍କୁ ଫ୍ଲାଇଙ୍ଗ୍‌ କିସ୍ ଦେଉଥିବାର ନଜର ଆସିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Rahul Gandhi gives flying kiss

Rahul Gandhi gives flying kiss to crowd chanting modi modi

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ରାଜସ୍ଥାନ ଅଭିମୁଖେ ତାଙ୍କ ‘ଭାରତ ଯୋଡ ଯାତ୍ରା’ର ଅଭିଯାନକୁ ଆଗେଇ ନେଉଛନ୍ତି। ଯେତେବେଳେ ମଧ୍ୟପ୍ରଦେଶରେ ଏହି ଯାତ୍ରା ଚାଲିଥିଲା ​​ସେତେବେଳେ 'ମୋଦି, ମୋଦି' ସ୍ଲୋଗାନ ଦେଇଥିବା ଜନତାଙ୍କୁ ଫ୍ଲାଇଙ୍ଗ୍‌ କିସ୍ ଦେଉଥିବାର ନଜର ଆସିଛନ୍ତି।

Advertisment

ଏକ ଭିଡିଓରେ ଦେଖାଯାଇଛି ଯେ, ରବିବାର ଦିନ ଯେତେବେଳେ ରାହୁଲଙ୍କ ଅଭିଯାନ ଯାତ୍ରା ଅଗର ମାଲୱା ଜିଲ୍ଲା ଦେଇ ଯାଉଥିଲା ମୋଦି ମୋଦି ଶବ୍ଦରେ ଚାରିଆଡ ପୂରିଉଠିଥିଲା। ଏହି ସମୟରେ ରାହୁଲ ଗାନ୍ଧୀ ସ୍ଲୋଗାନ ଦେଉଥିବା ଲୋକଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଉଥିବାର ନଜର ଆସିଥିଲେ।

ରାହୁଲ ଗାନ୍ଧୀ ସୋମବାର ସକାଳେ କଂଗ୍ରେସ ଶାସିତ ରାଜସ୍ଥାନରେ ତାଙ୍କର ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରିଥିଲେ। ଏହି ଯାତ୍ରା ଝାଲାୱାରର ଝାଲରାପାଟନର କାଳୀ ତାଲାଇରୁ ଆରମ୍ଭ ହୋଇଥିଲା।

Advertisment

ଏହି ଯାତ୍ରା ରାହୁଲ ଗାନ୍ଧୀଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ପିସିସି ମୁଖ୍ୟ ଗୋବିନ୍ଦ ସିଂହ ଦୋତସ୍ରା, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍, ମନ୍ତ୍ରୀ, ବିଧାୟକ ତଥା ଅନ୍ୟାନ୍ୟ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ।

ଏହି ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମହ୍ଦ୍ୟ କରାଯାଇଛି। ୧୪ କିଲୋମିଟର ଅତିକ୍ରମ କରିବା ପରେ ଏହି ଯାତ୍ରା ସକାଳ ପ୍ରାୟ ୧୦ଟାରେ ବାଲିବୋର୍‌ଡା ଚୌରାହରେ ପହଞ୍ଚିଥିଲା। ତେବେ ମଧ୍ୟାହ୍ନ ଭୋଜନ ବିରତି ପରେ ଯାତ୍ରା ପୁନର୍ବାର ଆରମ୍ଭ ହୋଇଥିଲା।

ଏହି ଯାତ୍ରା ରବିବାର ମଧ୍ୟପ୍ରଦେଶ ଦେଇ ରାଜସ୍ଥାନରେ ପ୍ରବେଶ କରିଥିଲା।

Rahul Gandhi Bharat Jodo Yatra Congress Bharat Jodo Yatra
Advertisment
Advertisment