Advertisment

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଧାମି

ଆସନ୍ତାକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂ ଧାମି। ଡେରାଡୁନ୍ ପରେଡ୍ ଗ୍ରାଉଣ୍ଡରେ ଅପରାହ୍ଣ ୩ଟା ୩୦ରେ ଶପଥଗ୍ରହଣ ସମାରୋହ ହେବ। ଏଥିରେ ରାଜ୍ୟପାଳ ଧାମିଙ୍କୁ ଶପଥ ପାଠ କରାଇବେ। ଧାମିଙ୍କ ସହ ତାଙ୍କ କ୍ୟାବିନେଟ୍‌ର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ।

author-image
Pramod Behera
Pushkar Dhami is going to take oath

Pushkar Dhami is going to take oath

ଡେରାଡୁନ୍: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଡେରାଡୁନ୍ ପରେଡ୍ ଗ୍ରାଉଣ୍ଡରେ ଅପରାହ୍ଣ ୩ଟା ୩୦ରେ ଶପଥଗ୍ରହଣ ସମାରୋହ ହେବ। ଏଥିରେ ରାଜ୍ୟପାଳ ଧାମିଙ୍କୁ ଶପଥ ପାଠ କରାଇବେ। ଧାମିଙ୍କ ସହ ତାଙ୍କ କ୍ୟାବିନେଟ୍‌ର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ।

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିର ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିବେ। ଏହାସହ ଶପଥ ଗ୍ରହଣ ଉତ୍ସବକୁ ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ସେହିପରି ସାଧୁସନ୍ଥମାନଙ୍କୁ ମଧ୍ୟ ଡକାଯାଇଛି।

ଗତକାଲି ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ନେତା ଭାବେ ଧାମି ନିର୍ବାଚିତ ହୋଇଥିଲେ। ଏହାସହ ଲଗାତର ଦ୍ୱିତୀୟ ଥର ପାଇଁ ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଯଦିଓ ଗତ ବିଧାନସଭା ନିର୍ବାଚନରେ ଧାମି ନିଜର ଖାତିମା ଆସନରୁ ପରାଜିତ ହୋଇଛନ୍ତି, ଏହାସତ୍ତ୍ୱେ ଦଳର ବିଧାୟକମାନେ ତାଙ୍କୁ ନେତା ଭାବେ ନିର୍ବାଚିତ କରିଛନ୍ତି।

Advertisment

ଏହାପୂର୍ବରୁ ଧାମିଙ୍କ ନାମ ବିଧାନସଭା ଦଳର ନେତା ଭାବରେ ଘୋଷଣା ହେବା ପରେ ସେ ଏକ ବଡ ବିବୃତ୍ତି ଦେଇ କହିଥିଲେ ଯେ ନିର୍ବାଚନ ପୂର୍ବରୁ ବିଜେପି ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହେବ। ଏହା ସହିତ ଧାମି ଆହୁରି ମଧ୍ୟ କହିଥିଲେ ଯେ ଉତ୍ତରାଖଣ୍ଡକୁ ଏକ ସ୍ୱଚ୍ଛ ସରକାର ପାଇବ ଏବଂ ବିକାଶର ଚକ ଗଡି ଚାଲିବ।

ଏହି ଅବସରରେ ଧାମି କହିଛନ୍ତି ଯେ ବିଜେପିକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦେଇଥିବାରୁ ଏବଂ ମୋ ଉପରେ ବିଶ୍ୱାସ ଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉତ୍ତରାଖଣ୍ଡ ଲୋକଙ୍କୁ ଧନ୍ୟବାଦ ଦେଉଛି। ଆମେ ଆମର ସମସ୍ତ ପ୍ରତିଶ୍ରୁତି ପାଳନ କରିବୁ ଏବଂ ୟୁନିଫର୍ମ ସିଭିଲ୍ କୋଡ୍ କାର୍ଯ୍ୟକାରୀ କରିବୁ। ଆମେ ନିଶ୍ଚିତ କରିବୁ ଯେ ସମସ୍ତ ବିକାଶମୂଳକ କାର୍ଯ୍ୟ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବ।

ସେପଟେ ଆସନ୍ତା ୨୮ ତାରିଖରେ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ। ରାଜ୍ୟପାଳ ପିଏସ୍. ଶ୍ରୀଧରନ ପିଲାଇ ତାଙ୍କୁ ଶପଥ ପାଠ କରାଇବେ। ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇପାରନ୍ତି। ଏହା ପୂର୍ବରୁ ସାଓ୍ୱନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ବିଜେପିର ନିଜର ୨୦ ଜଣ ବିଧାୟକ ଥିବାବେଳେ ଏମିଜିପିର ୨ ବିଧାୟକ ଓ ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ସାଓ୍ୱନ୍ତଙ୍କ ପ୍ରତି ରହିଛି।

National News
Advertisment
Advertisment