/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637057653.jpg)
NarendraModi
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୩୪୧ କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସ୍-ୱେକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ସୁଲତାନପୁର କରଓ୍ୱାଲଖେରୀରେ ଆୟୋଜିତ ହୋଇଛି ଲୋକାର୍ପଣ କାର୍ଯ୍ୟକ୍ରମ । ୟୁପିର ବିକାଶ, ଜୀବନ ରେଖାକୁ ଏହା ଏକ ବଡ଼ ସୁଯୋଗ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଏକ୍ସପ୍ରେସ୍ ୱେ ଉତ୍ତରପ୍ରଦେଶର ସାମର୍ଥ୍ୟକୁ ଦର୍ଶାଉଛି। ଏହାସହ ଏହା ଆଧୁନିକ ଉତ୍ତର ପ୍ରଦେଶର ପ୍ରତିବିମ୍ବ ବୋଲି ମୋଦି କହିଛନ୍ତି । ଏହି ଅବସରରେ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ପୂର୍ବ ସରକାର ଉତ୍ତରପ୍ରଦେଶବାସୀଙ୍କ ବିକାଶକୁ ଧ୍ୟାନ ଦେଉନଥିଲେ। ପ୍ରତିରକ୍ଷା ଭିତ୍ତିଭୂମିର ବିକାଶକୁ ମଧ୍ୟ ଅବହେଳା କରୁଥିଲେ। ତେବେ ଯୋଗୀ ସରକାର ଲୋକଙ୍କ ପାଇଁ ଓ ଲୋକଙ୍କ ବିକାଶ ପାଇଁ ରହିଥିବା ମୋଦି ଦୋହରାଇଛନ୍ତି। ଏହାପୂର୍ବରୁ ଆଜି C-130 ହରକ୍ୟୁଲେସ୍ ବିମାନ ରାଜପଥରେ ଅବତରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି C-130 ହରକ୍ୟୁଲେସ୍ ବିମାନରୁ ଓହ୍ଲାଇ ଏକ୍ସପ୍ରେସ୍ ୱେକୁ ସମୀକ୍ଷା କରିଛନ୍ତି।
ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ୱର ଲୋକାର୍ପଣ ଉତ୍ସବରେ ଆୟୋଜିତ ଏୟାର ଶୋ ବେଳେ ଏକ୍ସପ୍ରେସ୍ ୱେରେ ଲ୍ୟାଣ୍ଡ କରିଛି ଯୁଦ୍ଧ ବିମାନ ମିରାଜ-୨୦୦୦ । ଏହାଛଡ଼ା AN-32 ପରିବହନ ବିମାନ ଯବାନଙ୍କୁ ନେଇ ଲ୍ୟାଣ୍ଡ କରିବା କାର୍ଯ୍ୟକ୍ରମ ରହିଛି। ୩ ଟି କିରଣ MK2S ଓ ୨ ଟି ସୁଖୋଇ-୩୦ ଜେଟ ଫ୍ଲାଏପାଷ୍ଟ କରିବେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଲମ୍ବ ୩୪୦ କିଲୋମିଟର ପୂର୍ବରୁ ଲକ୍ଷ୍ନୌଠାରୁ ଗାଜିପୁର ଯିବା ପାଇଁ ୬ ଘଣ୍ଟା ଲାଗୁଥିବା ବେଳେ ଏବେ ଯାତ୍ରା ସମୟ ୩ ଘଣ୍ଟା ୩୦ ମିନିଟ ଲାଗିବ।
ଏହି ଏକ୍ସପ୍ରେସ ୱେ ଲକ୍ଷ୍ନୌର ଚାନ୍ଦସରାଇ ଗାଁରୁ ଆରମ୍ଭ ହୋଇ ଗାଜିପୁରର ହାଇଦରିଆ ଗାଁ ପର୍ଯ୍ୟନ୍ତ ଲମ୍ବିଛି। ଏହି ଏକ୍ସପ୍ରେସ୍ୱେ ୬ ଲେନ୍ ବିଶିଷ୍ଟ ହୋଇଥିବା ବେଳେ ଭବିଷ୍ୟତରେ ଏହା ୮ ଲେନ୍ ବିଶିଷ୍ଟ ହୋଇପାରିବ। ଏହି ରାସ୍ତା ନିର୍ମାଣ ପାଇଁ ୨୨ ହଜାର ୫ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏହି ଏକ୍ସପ୍ରେସ ୱେରେ ।୧୮ଟି ଫ୍ଲାଏ ଓଭର, ୭ଟି ରେଲେଓ୍ୱ ଓଭର ବ୍ରିଜ୍, ୭ଟି ଲମ୍ବା ବ୍ରିଜ୍, ୧୦୪ ଛୋଟ ବ୍ରିଜ୍, ୨୭୧ଟି ଅଣ୍ଡର ପାସ୍ ରହିଛି। ଏହି ରାସ୍ତାରେ ଶହେରୁ ୧୨୦ କିଲୋମିଟର ବେଗେରେ ଗାଡ଼ି ଚାଳାଇବା ପାଇଁ ଅନୁମତି ମିଳିବ ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)