Parcel Bomb Case
୭ ବର୍ଷ ତଳେ କରିଥିବା ଅପରାଧିକ କାଣ୍ଡ ପାଇଁ ଏବେ ବି ପସ୍ତାଉଛି ପୁଞ୍ଜିଲାଲ । ଜଣେ ଉଚ୍ଚ ଶିକ୍ଷିତ ହୋଇ ଏଭଳି ଜଘନ୍ୟ ଅପରାଧ ସେ କାହିଁକି କରିଥିଲା, ତାକୁ ନେଇ ବି ମନରେ ଗଭୀର ଅନୁଶୋଚନା । ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ତଦନ୍ତକାରୀ ଟିମ୍ ଆଗରେ ତା' ଅପରାଧ ନେଇ ଯେଉଁ ସ୍ୱୀକାରୋକ୍ତି କରିଛି, ତାର ଆଉ ଏକ ଏକ୍ସକ୍ଲୁସିଭ୍ ଅଂଶ ଓଟିଭିର ହସ୍ତଗତ ହୋଇଛି ।
ଅଧିକ ପଢ଼ନ୍ତୁ: କିଏ ଏହି ପ୍ରସିଦ୍ଧ ୟୁଟ୍ୟୁବର, ଭାରତରେ ରହି ପାକିସ୍ତାନ ପାଇଁ କରୁଥିଲେ ଗୁଇନ୍ଦାଗିରି
ଉଚ୍ଚଶିକ୍ଷିତ ହୋଇ କାହିଁକି ଏ ଭୁଲ କଲା, ତାକୁ ନେଇ ପଶ୍ଚାତାପ କରୁଛି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ତଦନ୍ତକାରୀ ଟିମ ଆଗରେ ନିଜ ସ୍ବୀକାରୋକ୍ତି ବେଳେ ରଖିଥିଲା କିଛି ଏମିତି ବୟାନ । ଓଟିଭି ହାତରେ ଲାଗିଥିବା ଏ ଏସକ୍ଲୁସିଭ୍ ଭିଡିଓରେ ଅଭିଯୁକ୍ତ ପୁଞ୍ଜିଲାଲକୁ ଜେରା କରୁଥିଲେ ଦିଲ୍ଲୀରୁ ଆସିଥିବା ଜଣେ ଏକ୍ସପର୍ଟ । ଯାହାଙ୍କ ଆଗରେ ନିଜ ଅପରାଧର ପେଡ଼ି ଖୋଲିବା ସହ ଏ କାଣ୍ଡ ପାଇଁ ଅନେକ ପଶ୍ଚାତାପ ବି କରୁଛି ।
ଆଉ ଏପଟେ ଅଭିଯୁକ୍ତର ଏ ସ୍ବୀକାରୋକ୍ତିକୁ ନେଇ ୭ ବର୍ଷ ତଳର ବୀଭତ୍ସ ଘଟଣାକୁ ମନେ ପକାଇବା ପରେ ଧାର ଧାର ଲୁହରେ ଆଜି ବି ବତୁରି ଯାଉଛି ନିଜ ନବ ବିବାହିତ ପୁଅର ମୃତ୍ୟୁକୁ ଆଖି ସାମ୍ନାରେ ଦେଖିଥିବା ମାଆର ଆଖି ।
୨୦୧୮ ଫେବ୍ରୁଆରୀ ୨୮ ତାରିଖରେ ଘଟିଥିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ । ଭଇଁସା ଜ୍ୟୋତିବିହାର କଲେଜର ପ୍ରିନସିପାଲ ପଦବିରୁ ପଦଚ୍ୟୁତ ପରେ ଏହାକୁ ନେଇ ରାଗ ସୁଝାଇବାକୁ ପୁଞ୍ଜିଲାଲ ଏଭଳି ଅପରାଧିକ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଥିଲା । ପ୍ରିନସିପାଲ ପଦବିରୁ ପୁଞ୍ଜିଲାଲକୁ ହଟାଇ ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁଙ୍କୁ ନିଯୁକ୍ତି ଦିଆଯାଇଥିଲା । ୭ ବର୍ଷର ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟା ପରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଆସନ୍ତା ୨୮ରେ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଏବେ ଅଭିଯୁକ୍ତକୁ କିଭଳି ଦଣ୍ଡବିଧାନ ହେବ, ତା ଉପରେ ରହିଛି ସମସ୍ତଙ୍କ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747493060.jpg)