• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଞ୍ଜାବରେ AAP ସରକାର ୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି । ସୁରକ୍ଷା ପ୍ରତ୍ୟାହାର କରାଯାଇଥିବା କର୍ମଚାରୀଙ୍କ ମଧ୍ୟରେ ଅନେକ ଅବସରପ୍ରାପ୍ତ ଅଧିକାରୀ ଏବଂ ପୂର୍ବତନ ବିଧାୟକ ସାମିଲ ଅଛନ୍ତି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପଞ୍ଜାବ ସରକାର ଏହି ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୪୨୪ଜଣଙ୍କୁ ସୁରକ୍ଷାର ଆବଶ୍ୟକତା ଅଛି ନା ନାହିଁ ସେହି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ବୈଠକ ପରେ ରାଜ୍ୟ ସରକାର ସୁରକ୍ଷା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ ପୋଲିସରେ କର୍ମଚାରୀଙ୍କ ଅଭାବ ଘୋର ରହିଥିବାରୁ ସୁରକ୍ଷା ପ୍ରତ୍ୟାହାରର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । କାରଣ ଭିଆଇଙ୍କ ନିକଟରେ ପୋଲିସ୍‌ ମୁତୟନ ହେବାପରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ସ୍ଥାନରେ ସୁରକ୍ଷା କର୍ମୀଙ୍କ ଅଭାବ ପୂରଣ କରିବା କଷ୍ଟକର ହୋଇପଡୁଛି ।

ଏହାପୂର୍ବରୁ ଏପ୍ରିଲ ମାସରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ତଥା ଅନ୍ୟ ନେତାଙ୍କ ସମେତ ୧୮୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର ପାଇଁ ପଞ୍ଜାବ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ମାସରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, କ୍ୟାପଟେନ ଅମରିନ୍ଦର ସିଂଙ୍କ ପୁଅ ରଣିନ୍ଦର ସିଂ ଏବଂ କଂଗ୍ରେସ ବିଧାୟକ ପ୍ରତାପ ସିଂ ବାଜୌୱାୟାରଙ୍କ ପରିବାରର ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଛି ।

ସେହିପରି ମେ ୨୪ରେ ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ କ୍ୟାବିନେଟରୁ ବହିଷ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ । ସ୍ୱାସ୍ଥ୍ୟ ବିଭାଗର ବିଭନ୍ନ ଚୁକ୍ତି ପାଇଁ ୧ ପ୍ରତିଶତ କମିଶନ ମାଗୁଥିବା ନେଇ ଠୋସ୍ ପ୍ରମାଣ ପାଇବା ପରେ ସାଙ୍ଗଲାଙ୍କୁ କ୍ୟାବିନେଟ୍‌ରୁ ବହିସ୍କୃତ କରାଯାଇଥିଲା ।