Advertisment

ପୁଣି ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ନିଜଠୁ ୧୬ ବର୍ଷ ସାନ ଝିଅକୁ ଜୀବନସାଥୀ କରିବେ...

ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌। ଆସନ୍ତାକାଲି ଚଣ୍ଡୀଗଡ଼ରେ ୪୮ ‍ବର୍ଷୀୟ ଭଗୱନ୍ତ ୩୨ ବର୍ଷୀୟ ଡଃ ଗୁର୍‌ପ୍ରୀତ କୌରଙ୍କ ସହ ଦ୍ୱିତୀୟ ବିବାହ କରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Punjab CM Bhagwant Mann to marry again

Punjab CM Bhagwant Mann to marry again

ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌। ଆସନ୍ତାକାଲି ଚଣ୍ଡୀଗଡ଼ରେ ୪୮ ‍ବର୍ଷୀୟ ଭଗୱନ୍ତ ୩୨ ବର୍ଷୀୟ ଡଃ ଗୁର୍‌ପ୍ରୀତ କୌରଙ୍କ ସହ ଦ୍ୱିତୀୟ ବିବାହ କରିବେ। ଅଳ୍ପ ସଂଖକ ଲୋକଙ୍କୁ ନେଇ ବିବାହ ସମାରୋହ ଅନୁଷ୍ଠିତ ହେବ। ଏହି ବିବାହ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଓ ଆମ୍‌ ଆଦମୀ ପାର୍ଟି(AAP)ର ନ୍ୟାସନାଲ୍‌ କନ୍‌ଭେନର୍‌ ଯୋଗ ଦେଇପାରନ୍ତି। ବିବାହରେ କେବଳ ପରିବାର ସଦସ୍ୟ ହିଁ ସାମିଲ ହେବେ ବୋଲି ସୂଚନା ମିଳିଛି। 

Advertisment

କିଏ ଗୁର୍‌ପ୍ରୀତ କୌର ? 

ହରିୟାଣାର ହିସାର୍‌ରେ ଗୁର୍‌ପ୍ରୀତ କୌରଙ୍କ ଘର। ଗତ ଦେଢ଼ ବର୍ଷ ହେବ ଭଗୱନ୍ତଙ୍କୁ ଗୁର୍‌ପ୍ରୀତ ଜାଣିଥିବା ନେଇ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ଭଗୱନ୍ତଙ୍କ ମା’ ଚାହୁଁଛନ୍ତି ପୁଣିଥରେ ଭଗୱନ୍ତ ନୂଆକରି ସାଂସାରିକ ଜୀବନ ଆରମ୍ଭ କରନ୍ତୁ। ତେଣୁ ମା’ ଓ ଭଉଣୀ ମିଶି ଭଗୱନ୍ତଙ୍କ ପାଇଁ ନୂଆ ଜୀବନସାଥୀ ଭାବେ ଗୁର୍‌ପ୍ରୀତଙ୍କୁ ବାଛିଛନ୍ତି। ଭଗୱନ୍ତଙ୍କ ଠାରୁ ଗୁର୍‌ପ୍ରୀତ ୧୬ ବର୍ଷ ସାନ।  ଗୁର୍‌ପ୍ରୀତ ଏକ ସାଧାରଣ ପରିବାରର ହୋଇଥିବା ବେଳେ ତାଙ୍କ ଉପରେ ଆଉ ୨ ଜଣ ବଡ଼ ଭଉଣୀ ଅଛନ୍ତି। ଅନେକ ଥର ଗୁର୍‌ପ୍ରୀତଙ୍କୁ ଭଗୱନ୍ତଙ୍କ ଘରେ ଦେଖିବାକୁ ମିଳିଛି। ଭଗୱନ୍ତଙ୍କ ଶପଥ ଗ୍ରହଣଠୁ ଆରମ୍ଭ କରି ନିର୍ବାଚନ ପ୍ରଚାରରେ ଗୁର୍‌ପ୍ରୀତ ନଜର ଆସିଥିଲେ।  

କମ୍‌ ସଂଖ୍ୟକ ଲୋକଙ୍କୁ ନେଇ ହେବ ବିବାହ...

ଯଦି ଭଗୱନ୍ତ ମାନ୍ ହାଇ ପ୍ରୋଫାଇଲ୍‌ ହେଲେ ତାଙ୍କର ଦ୍ୱିତୀୟ ବିବାହ ଲୋ ପ୍ରୋଫାଇଲ୍‌ରେ ହେବ। ଅର୍ଥାତ୍‌ ଏହି ବିବାହରେ ବହୁତ କମ୍‌ ସଂଖ୍ୟକ ଲୋକ ଯୋଗଦେବେ। ବିବାହରେ କେବଳ ପରିବାର ସଦସ୍ୟ ହିଁ ସାମିଲ ହେବେ ବୋଲି ସୂଚନା ମିଳିଛି। ଚଣ୍ଡୀଗଡ଼ରେ ଘରେ ଏହି ବିବାହ ସମାରୋହ ହେବ।  

Advertisment

୨୦୧୫ରେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ଭଗୱନ୍ତ...

ସୂଚନାଥାଉ କି, ୨୦୧୫ ମସିହାରେ ପ୍ରଥମ ପତ୍ନୀଙ୍କୁ ଭଗୱନ୍ତ ମାନ୍‌ ଛାଡ଼ପତ୍ର ଦେଇଥିଲେ। ସେମାନଙ୍କର ୨ଟି ସନ୍ତାନ ଅଛି। ଏବେ ପ୍ରଥମ ପତ୍ନୀଙ୍କ ସହ ୨ଟି ସନ୍ତାନ ଆମେରିକାରେ ରହୁଛନ୍ତି। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବାର ୭ ବର୍ଷ ପରେ ଭଗୱନ୍ତ ମାନ୍‌ ପୁଣିଥରେ ନୂଆ ଜୀବନ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। 

୨୦୧୧ରେ ରାଜନୀତିରେ ପାଦ ଥାପିଥିଲେ ଭଗୱନ୍ତ... 

୨୦୧୧ ମସିହାରେ ଭଗୱନ୍ତ ମାନ୍‌ ରାଜନୀତିରେ ପାଦ ଥାପି ଥିଲେ। ୨୦୧୪ ମସିହାରେ ପ୍ରଥମଥର ପାଇଁ ଆପ୍‌ ଟିକେଟରେ ସଙ୍ଗରୁର୍‌ରୁ ସାଂସଦ ହୋଇଥିଲେ। ସେହି ସମୟରେ ତାଙ୍କର ପ୍ରଥମ ପତ୍ନୀ ପ୍ରଚାର ସମୟରେ ନଜର ଆସିଥିଲେ। ହେଲେ ୨୦୧୫ ମସିହାରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ୨୦୧୯ ମସିହାରେ ଭଗୱନ୍ତ ପୁଣିଥରେ ସଙ୍ଗରୁର୍‌ରୁ ନିର୍ବାଚନ ଜିତି ଥିଲେ। ୨୦୨୨ରେ ଆପ୍‌ ପାର୍ଟି ପକ୍ଷରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ଓ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୨ ମସିହା ମାର୍ଚ୍ଚ ୧୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍‌ ଶପଥ ଗ୍ରହଣ କରିଥିଲେ।   

Bhagwant Mann Punjab CM Bhagwant Mann Punjab CM Bhagwant Mann Marriage Dr Gurpreet Kaur Bhagwant Mann Marriage Punjab CM Marriage
Advertisment
Advertisment