• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାଧାରଣ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବାକୁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଉଛି । ବିଭନ୍ନ ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି ଗରିବ ଲୋକ । ଆଜି ଆମେ ଆପଣଙ୍କୁ ସରକାରଙ୍କ ଏକ ଚମତ୍କାର ଯୋଜନା ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ଲାଭଦେବ ।

ଏହି ଯୋଜନାର ନାଁ ହେଉଛି ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ । ଏହାକୁ PPF ମଧ୍ୟ କୁହାଯାଏ । ଏଥିରେ ଆପଣ ବିନିଯୋଗ କରିବା ଦ୍ୱାରା ଲାଭ ପାଇପାରିବେ । ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡରେ ବିନିଯୋଗ କରିବା ଫଳରେ ଆପଣଙ୍କୁ ୭.୧ ପ୍ରତିଶତ ସୁଧ ମିଳିବ ।

ଯଦି ଆପଣ କୌଣସି ଯୋଜନାରେ ଆପଣଙ୍କ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ PPF ଆପଣଙ୍କୁ ଭଲ ରିଟର୍ଣ୍ଣ ଦେବ । PPFରେ ବିନିଯୋଗ ପାଇଁ ସମୟସୀମା ୧୫ ବର୍ଷ ରଖାଯାଇଛି । ପରେ ଆପଣ ଆହୁରି ୫ ବର୍ଷ ପାଇଁ ଏହାର ବ୍ୟବଧାନକୁ ବଢ଼ାଇପାରିବେ । ଏହି ଯୋଜନାରେ ଆପଣ ସର୍ବନିମ୍ନ ଅର୍ଥରାଶି ୫୦୦ଟଙ୍କା ରଖିପାରିବେ । ସେହିପରି ସର୍ବାଧିକ ୧.୫ଲକ୍ଷ ଟଙ୍କା ଯାଏଁ ବିନିଯୋଗ କରିହେବ ।

ସେହିପରି ଏହି ଯୋଜନା ମାଧ୍ୟମରେ ଆପଣ ଆୟକର ଧାରା ୮୦C ଅଧିନରେ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡରେ ଟିକସ ରିହାତି ସୁବିଧା ମଧ୍ୟ ପାଇପାରିବେ । ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ରିହାତି ସୁବିଧା ମିଳିପାରିବ । ଆପଣ ଯଦି ଏହି ଯୋଜନା ମାଧ୍ୟମରେ କୋଟିପତି ହେବାକୁ ଚାହାନ୍ତି, ତେବେ ଆପଣଙ୍କୁ ପ୍ରତିଦିନ ୪୧୬ ଟଙ୍କା ସଞ୍ଚୟ କରି ୧.୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡ଼ିବ । ୨୫ ବର୍ଷ ପାଇଁ ଏହି ବିନିଯୋଗ ଆପଣଙ୍କୁ କରିବାକୁ ହେବ ।

ଏହି ଯୋଜନାରେ ଆପଣ ୨୫ ବର୍ଷ ଧରି ବିନିଯୋଗ କଲେ ବର୍ତ୍ତମାନର ସୁଧହାର ୭.୧ ପ୍ରତିଶତ ତୁଳନାରେ ଆପଣ ସୁଧ ପାଇପାରିବେ । ଫଳରେ ୨୫ ବର୍ଷ ପରେ ଆପଣ କୋଟିଏ ଟଙ୍କାର ପାଣ୍ଠି ସଂଗ୍ରହ କରିପାରିବେ । ଏହି ଯୋଜନାରେ ଆପଣ ଟଙ୍କା ବିନିଯୋଗ କରିବାକୁ ଚାହୁଁଥିଲେ ନିକଟସ୍ଥ ବ୍ୟାଙ୍କ କିମ୍ବା ଡାକଘର ପରିଦର୍ଶନ କରି ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବା ସହ PPF ଖାତା ଖୋଲିପାରିବେ ।