Advertisment

ଉଦ୍ଧବ-ଏକନାଥଙ୍କ ମଧ୍ୟରେ ଲଢ଼େଇ: କିଏ ନେବେ ଶିବସେନାର ନେତୃତ୍ୱ ?

ଶିବସେନାର ନେତୃତ୍ୱ କିଏ ନେବେ ସେଥିଲାଗି ଉଦ୍ଧବ ଠାକ୍‌ରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉଭୟଙ୍କୁ ଅଗଷ୍ଟ ୮ ସୁଦ୍ଧା ତଥ୍ୟଗତ ପ୍ରମାଣ ଦେବାକୁ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Uddhav Thackeray Vs Eknath Shinde Fight Over Sena

Uddhav Thackeray Vs Eknath Shinde Fight Over Sena

ଶିବସେନା ଉପରେ ବାସ୍ତବରେ କାହାର ନିୟନ୍ତ୍ରଣ ରହିବ ତାକୁ ନେଇ ଉଦ୍ଧବ ଠାକ୍‌ରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଏବେ ନୂଆ ସୋପାନରେ ପହଞ୍ଚିଛି। ଦଳର ନେତୃତ୍ୱ କିଏ ନେବେ ସେଥିଲାଗି ଉଭୟଙ୍କୁ ଅଗଷ୍ଟ ୮ ସୁଦ୍ଧା ତଥ୍ୟଗତ ପ୍ରମାଣ ଦେବାକୁ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି। ତଥ୍ୟଗତ ପ୍ରମାଣ ମିଳିବା ପରେ ନିର୍ବାଚନ କମିଶନ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Advertisment

ଏହାସହ ଦଳ ଭିତରେ ଦେଖା ଦେଇଥିବା କନ୍ଦଳ ନେଇ ଉଭୟ ନେତା ଲିଖିତ ଆକାରରେ ବିସ୍ତୃତ ବିବରଣୀ ପ୍ରଦାନ କରିବେ। ଗତମାସରେ ଏକନାଥ ସିନ୍ଧେ ପ୍ରାୟ ୪୦ ଜଣ ବିଧାୟକଙ୍କୁ ସାଥିରେ ନେଇ ଦଳ ଭିତରେ ବିଦ୍ରୋହ ସୃଷ୍ଟି କରିଥିଲେ। ଏହାପରେ ତାଙ୍କ ପାଖରେ ମୋଟ୍ ୫୫ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣଙ୍କ ସମର୍ଥନ ରହିଥିବା ଦର୍ଶାଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ।

ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ। ଚିଠିରେ ସିନ୍ଧେ ଲେଖିଥିଲେ ଯେ, ୪୦ ଜଣ ବିଧାୟକଙ୍କ ସହ ୧୨ ଜଣ ସାଂସଦଙ୍କ ସମର୍ଥନ ରହିଛି। ତାଙ୍କ ପାଖରେ ଯେହେତୁ ଉଭୟ ନେତା କହୁଛନ୍ତି ଶିବସେନା ଉପରେ ତାଙ୍କର କର୍ତ୍ତୁତ୍ୱ ରହିଛି, ଏଥିଲାଗି ଉଭୟଙ୍କୁ ପ୍ରମାଣ ଦେବାକୁ ହେବ ବୋଲି ନିର୍ବାଚନ କମିଶନ ଦୁଇ ଗୋଷ୍ଠୀଙ୍କୁ ଚିଠି ଲେଖି ଜଣାଇଛନ୍ତି। 

Advertisment
Uddhav Thackeray Shiv Sena Eknath Shinde Maharashtra CM Eknath Shinde
Advertisment
Advertisment