Advertisment

କୋଲକାତା ଲଜ୍ଜା: ନ୍ୟାୟ ପାଇଁ ୨୫ ଦେଶରେ ବିକ୍ଷୋଭ ପ୍ରଦର୍ଶନ

୨୫ଟି ଦେଶର ପ୍ରାୟ ୧୩୦ରୁ ଅଧିକ ସହରରେ ଏହି ବିରୋଧ ଦେଖିବାକୁ ମିଳିଛି ।

ଅଦ୍ୟତନ ହୋଇଛି
Protests Held Across 25 Countries Over Kolkata Doctor's Rape-Murder

Protest

Advertisment

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା ବିରୋଧରେ ଜାରି ରହିଛି ଆନ୍ଦୋଳନ । ରବିବାର ଏହି ଘଟଣାକୁ ଭାରତୀୟ ସମ୍ପ୍ରଦାୟର ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୨୫ଟି ଦେଶର ପ୍ରାୟ ୧୩୦ରୁ ଅଧିକ ସହରରେ ଏହି ବିରୋଧ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ବିରୋଧ ପ୍ରଦର୍ଶନ କରିବା ସହ କୋଲକାତା ଆରଜି କର ମେଡିକାଲ୍ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସେମାନେ ନ୍ୟାୟ ଦାବି କରିଥିଲେ । ଜାପାନ, ଅଷ୍ଟ୍ରେଲିଆ, ତାଇୱାନ ଏବଂ ସିଙ୍ଗାପୁରରୁ ଆରମ୍ଭ ହୋଇଥିବା ଏହି ବିରୋଧ ୟୁରୋପୀୟ ଦେଶର ଅନେକ ସହରରେ ପହଞ୍ଚିଥିଲା । ଭାରତୀୟ ସମ୍ପ୍ରଦାୟର ଲୋକମାନେ ଆମେରିକାର ୬୦ରୁ ଅଧିକ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଅଭୟା କାଣ୍ଡକୁ ମାସେ; ମାନବ ଶୃଙ୍ଖଳ କରି ନ୍ୟାୟ ମାଗିଲେ ଲୋକେ...

ସୂଚନା ଅନୁସାରେ, ଅଗଷ୍ଟ ୯ରେ ଚେଷ୍ଟ୍‌ ମେଡିସିନ୍‌ର ୩୧ ବର୍ଷିୟ ବୟସ୍କ ଟ୍ରେନି ଡାକ୍ତରଙ୍କ ହତ୍ୟା ପରେ ଭାରତରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାକୁ ନେଇ ବେଙ୍ଗଲରେ ଡାକ୍ତରମାନେ ଏବେ ବି ବିକ୍ଷୋଭ ଜାରି ରଖିଛନ୍ତି । ତେବେ ଏହି ଘଟଣାରେ ସମଗ୍ର ବିଶ୍ୱରେ ଥିବା ଭାରତୀୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ।

ସ୍ୱିଡେନ୍‌ର ରାଜଧାନୀ ଷ୍ଟକହୋମ୍‌ରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ଅନେକ ମହିଳା କଳା ରଙ୍ଗର ପୋଷାକ ପିନ୍ଧି ବଙ୍ଗଳାରେ ଗୀତ ଗାଉଥିବାର ନଜର ଆସିଥିଲେ । ସର୍ବଭାରତୀୟ ପ୍ରଦର୍ଶନର ଆୟୋଜକ ଦୀପ୍ତି ଜୈନ କହିଛନ୍ତି ଯେ ଡ୍ୟୁଟିରେ ଥିବା ଜଣେ ଯୁବ ତାଲିମପ୍ରାପ୍ତ ଡାକ୍ତରଙ୍କ ଉପରେ ହୋଇଥିବା ଏହି ଜଘନ୍ୟ ଅପରାଧର ଖବର ଆମ ସମସ୍ତଙ୍କୁ ଚକିତ କରିଛି ।

Advertisment

ସେପଟେ କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଆଜି ମାସେ ପୁରିଛି । ଗତ ଅଗଷ୍ଟ ୯ ତାରିଖ ରାତିରେ କୋଲକାତା RG କର ମେଡିକାଲ୍ କଲେଜରେ ଜୁନିୟର ଡାକ୍ତର ଅଭୟାଙ୍କ ସହ ବର୍ବରତା ଘଟିଥିଲା । ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଆଉ ରାଜନୀତି ତେଜିଛି । ଏବେ ବି ମେଡିକାଲ୍ ଭିତରେ ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଥିବା ବେଳେ କୋଲକାତା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ, ଆନ୍ଦୋଳନ ଜାରି ରହିଛି।

ମାମଲାରେ ଏବେ ଯାଏଁ ଜଣେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିବା ବେଳେ ଏଥିରେ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଓ ସାଥି ଡାକ୍ତର । ଏହାରି ଭିତରେ କୋଲକାତା ପୋଲିସରୁ ତଦନ୍ତ ଭାର ସିବିଆଇ ନେଇଛି । ଆଜି ଏନେଇ ତଦନ୍ତର ଷ୍ଟାଟସ୍ ରିପୋର୍ଟ୍ ସୁପ୍ରିମକୋର୍ଟରେ ଦାଖଲ କରିବ ସିବିଆଇ ।

Advertisment

ଅଧିକ ପଢ଼ନ୍ତୁ: କୋଲକାତା ଆରଜି କର ଦୁଷ୍କର୍ମ ଘଟଣା: ଅଭୟା ମାଉସୀଙ୍କର ଚାଞ୍ଚଲ୍ୟକର ବୟାନ...

Rape Case Doctors Protests
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ