• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଗ୍ନିପଥକୁ ନେଇ ବିହାରରେ ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ବିହାରର ଡେପୁଟି ସିଏମ୍ ଏବଂ ବିହାର ବିଜେପି ମୁଖ୍ୟଙ୍କ ବାସଭବନ ଉପରେ ଆନ୍ଦୋଳନକାରୀମାନେ ଆକ୍ରମଣ କରିଛନ୍ତି । ବେତିହା ସ୍ଥିତ ବିହାର ଡେପୁଟି ସିଏମ୍ ରେଣୁ ଦେବୀଙ୍କ ବାସଭବନ ଉପରକୁ ଆନ୍ଦୋଳନକାରୀ ଢେଲା ପଥର ମାଡ଼ କରିଛନ୍ତି । ଏହାର ଭିଡିଓ କ୍ୟାମେରାରେ କଏଦ ହୋଇଛି । ଏଥିରେ ଡେପୁଟି ସିଏମଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ।

ସେହିପରି ବିହାର ବିଜେପି ମୁଖ୍ୟଙ୍କ ଘର ଉପରକୁ ମଧ୍ୟ ଆନ୍ଦୋଳନକାରୀ ଆକ୍ରମଣ କରିଛନ୍ତି । ବେତିଆରେ ଥିବା ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ବାଓ୍ୱଙ୍କ ଘର ଉପରକୁ ଆନ୍ଦୋଳନକାରୀ ଆକ୍ରମଣ କରିଛନ୍ତି । ଏଥିରେ ତାଙ୍କ ଘରର କାଚ ଭାଙ୍ଗି ଥିବା ବେଳେ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ତେବେ ଅଗ୍ନିପଥ ବିରୋଧରେ ଆନ୍ଦୋଳନ ବିବାହରୁ ହିଁ ଆରମ୍ଭ ହୋଇଥିଲା । ଆଜି ତୃତୀୟ ଦିନରେ ମଧ୍ୟ ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ ଚାଲିଛି । ବିହାର ଏବଂ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି ।

ସେପଟେ ତେଲେଙ୍ଗାନାରେ ମଧ୍ୟ ଉତ୍ତେଜନା ଦେଖାଦେଇଛି । ସିକନ୍ଦରାବାଦ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ ସହ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ । ପ୍ରାୟ ୭ରୁ ୮ ହଜାର ଆଶାୟୀ ଯୁବକ ଷ୍ଟେସନରେ ପହଞ୍ଚି ଟ୍ରେନ ଗୁଡିକୁ ଅଟକାଇବା ସହ ଅଗ୍ନିପଥ ଯୋଜନାର ବିରୋଧ କରିଥିଲେ । ପରେ ଆଶାୟୀ ଯୁବକମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ । ଆନ୍ଦୋଳନରତ ଯୁବକଙ୍କୁ ହଟାଇବାକୁ ପୋଲିସକୁ ଲାଠିଚାର୍ଡ କରିବାକୁ ପଡିଥିଲା ।