Advertisment

ଅଭୟା କାଣ୍ଡକୁ ମାସେ; ମାନବ ଶୃଙ୍ଖଳ କରି ନ୍ୟାୟ ମାଗିଲେ ଲୋକେ...

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଲା ମାସେ। ଅଭୟାଙ୍କ ପାଇଁ ମାନବ ଶୃଙ୍ଖଳ ଗଠନ କରି ନ୍ୟାୟ ମାଗିଛନ୍ତି ଲୋକେ । ଅପରାଧୀମାନଙ୍କୁ ଯଥାଶୀଘ୍ର ଫାଶୀ ଦିଆଯାଉ ବୋଲି ଲୋକେ ଦାବି କରୁଛନ୍ତି।

ଅଦ୍ୟତନ ହୋଇଛି
Protesters form human chain to demand justice for RG Kar rape-murder victim

Kolkata Ahaya

Advertisment

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଲା ମାସେ। ଗତ ଅଗଷ୍ଟ ୯ ତାରିଖ ରାତିରେ କୋଲକାତା RG କର ମେଡିକାଲ୍ କଲେଜରେ ଜୁନିୟର ଡାକ୍ତର ଅଭୟାଙ୍କ ସହ ବର୍ବରତା ଘଟିଥିଲା। ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଆଉ ରାଜନୀତି ତେଜିଛି। ଏବେ ବି ମେଡିକାଲ୍ ଭିତରେ ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଥିବା ବେଳେ କୋଲକାତା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ, ଆନ୍ଦୋଳନ ଜାରି ରହିଛି।

Advertisment

ମାମଲାରେ ଏବେ ଯାଏଁ ଜଣେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିବା ବେଳେ ଏଥିରେ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଓ ସାଥି ଡାକ୍ତର। ଏହାରି ଭିତରେ କୋଲକାତା ପୋଲିସରୁ ତଦନ୍ତ ଭାର ସିବିଆଇ ନେଇଛି। ଆଜି ଏନେଇ ତଦନ୍ତର ଷ୍ଟାଟସ୍ ରିପୋର୍ଟ୍ ସୁପ୍ରିମକୋର୍ଟରେ ଦାଖଲ କରିବ ସିବିଆଇ।

ଅଧିକ ପଢ଼ନ୍ତୁ: କୋଲକାତା ଆରଜି କର ଦୁଷ୍କର୍ମ ଘଟଣା: ଅଭୟା ମାଉସୀଙ୍କର ଚାଞ୍ଚଲ୍ୟକର ବୟାନ...

Advertisment

RG କର ମେଡିକାଲ୍ କଲେଜରେ ଅଭୟା ଘଟଣା ସମେତ ବ୍ୟାପକ ଦୁର୍ନୀତି ଲିଙ୍କରେ ପୂର୍ବତନ ମେଡିକାଲ୍ ଅଧକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରାଯାଇଛି। ୧୦ରୁ ଅଧିକ ଲୋକଙ୍କ ପଲିଗ୍ରାଫ୍, ୧୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା ଏବଂ ଇଡି ବି ଗତ ସପ୍ତାହରୁ ତଦନ୍ତରେ ସାମିଲ ହୋଇଛି। ତେବେ ଲୋକମାନେ ପୁଣି ଥରେ ବିକ୍ଷୋଭରେ ଭାଗ ନେଇଛନ୍ତି। କୋଲକାତା ଠାରୁ ଉତ୍ତର ୨୪ ପରଗଣା ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ ଗଠନ କରି ନ୍ୟାୟ ମାଗିଛନ୍ତି।

ଖବର ଅନୁଯାୟୀ, ଏହି ୧୫ କିଲୋମିଟର ଲମ୍ବା ମାନବ ଶୃଙ୍ଖଳରେ ହଜାର ହଜାର ଲୋକ ଭାଗ ନେଇଥିଲେ। ଏହି ମାନବ ଶୃଙ୍ଖଳ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ନିକଟ ଶ୍ୟାମ ବଜାରରୁ ସୋଦପୁର ଯଥା ପୀଡିତାଙ୍କ ଘର ପର୍ଯ୍ୟନ୍ତ ଲମ୍ୱିଥିଲା। ହଜାର ହଜାର ଲୋକ ନ୍ୟାୟ ଦାବି କରିଥିଲେ। ଅନେକ ଲୋକଙ୍କ ହାତରେ ପ୍ଲାକାର୍ଡ ମଧ୍ୟ ରହିଥିଲା, ​​ଯେଉଁଥିରେ ଲେଖାଥିଲା – ‘ଆମେ ନ୍ୟାୟ ଚାହୁଁ’।

Advertisment

କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ପ୍ରତି ବର୍ବରତା ପରେ ସାରା ଦେଶରେ ଆନ୍ଦୋଳନ ଚାଲିଛି। ଅପରାଧୀମାନଙ୍କୁ ଯଥାଶୀଘ୍ର ଫାଶୀ ଦିଆଯାଉ ବୋଲି ଲୋକମାନେ ଦାବି କରୁଛନ୍ତି। ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛି।

Doctors Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ