ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ନେଇ ପ୍ରାଥମିକ ରିପୋର୍ଟ ଦେଇଛି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଏହି ଘଟଣା ସଂପର୍କିତ ଅଧିକାରୀଙ୍କୁ AAIB ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି ।
ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟକୁ ଏହି ରିପୋର୍ଟରେ ସ୍ଥାନ ଦିଆଯାଇଛି । ଗତ ଜୁନ ୧୨ ତାରିଖରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI-171 ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଅହମ୍ମଦାବାଦ ଏୟାରପୋର୍ଟରୁ ଉଡ଼ାଣର କିଛି ସମୟ ଭିତରେ ଖସିପଡ଼ିଥିଲା ଏୟାର ଇଣ୍ଡିଆ ବିମାନ ।
Also Read
ଜୁନ ୨୫ରେ ବିମାନର ବ୍ଲାକବକ୍ସରୁ ଡାଟା ବାହାର କରାଯାଇଥିବା ସୂଚନା ଦିଆଯାଇଥିଲା । ତେବେ ଘଟଣାର ତଦନ୍ତ କରୁଥିବା AAIBରେ ଭାରତୀୟ ବାୟୁସେନା, ହିନ୍ଦୁସ୍ତାନ ଏୟୋନେଟିକ୍ସ ଲିମିଟେଡେ ଓ ଆମେରିକାର ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ ସାମିଲ ଅଛନ୍ତି ।
ଏହାଛଡ଼ା ବୋଇଂର ଅଧିକାରୀ, ଏୟାର ଟ୍ରାଫିକ କଣ୍ଟ୍ରୋଲ ଏକ୍ସପର୍ଟଙ୍କୁ ମଧ୍ୟ ତଦନ୍ତରେ ସାମିଲ କରାଯାଇଛି ।