Advertisment

ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ

ଲଗାତାର ୧୧ ଥର ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Independence Day

Independence Day

ଦିଲ୍ଲୀରୁ ପଲ୍ଲୀ । ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ । ସବୁଠି ସ୍ୱତନ୍ତ୍ରତାର ଏହି ଦିନକୁ ନେଇ ଉତ୍ସାହର ମାହୋଲ। ଆଜି ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ୧୧ ଥର ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଏଥର ସ୍ୱାଧୀନତା ଦିବସରେ ପିଏମ୍ ମୋଦି କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି। ତାପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Advertisment

ଚଳିତବର୍ଷ ସ୍ୱାଧୀନତା ଦିବସର ଥିମ୍ ରହିଛି ବିକଶିତ ଭାରତ @୨୦୪୭। ଅର୍ଥାତ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟ ରଖିଛନ୍ତି ସରକାର । ଆଜି ଲାଲକିଲ୍ଲା କାର୍ଯ୍ୟକ୍ରମରେ ୬ ହଜାର ଅତିଥିଙ୍କୁ ନିମନ୍ତ୍ରିତ  କରାଯାଇଛି । ଚାଷୀ, ଆଦିବାସୀ, ମହିଳା, ଆଶା କର୍ମୀ ଭଳି ଅତିଥି ରହିଛନ୍ତି । ତାସହ ଅଟଳ ଇନୋଭେସନ୍ ମିଶନ, ପିଏମ୍ ଶ୍ରୀ, ‘ମେରା ୟୁବା ଭାରତ’ ଭଳି ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଛାତ୍ରଛାତ୍ରୀ ବି ଏଥିରେ ସାମିଲ ହେଉଛନ୍ତି । ସେହିପରି ପ୍ୟାରିସ୍ ଅଲିମ୍ପିକ୍ସରେ ଯୋଗ ଦେଇଥିବା ଆଥଲେଟଙ୍କୁ ବି ନିମନ୍ତ୍ରଣ କରାଯାଇଛି । 

Advertisment

ସ୍ୱାଧୀନତା ଦିବସ ଉପଲକ୍ଷେ ସବୁଠି ଝଟକୁଛି ତ୍ରିରଙ୍ଗା । ଏଥିସହ ଟ୍ରାଇ କଲରରେ ଝଟକୁଛି ଦେଶର ରାଜଧାନୀ ଦିଲ୍ଲୀ ସମେତ ପ୍ରମୁଖ ସହର । ଆଲୋକମାଳାରେ ସଜାଯାଇଛି ରାଷ୍ଟ୍ରପତି ଭବନ । ଖାଲି ରାଷ୍ଟ୍ରପତି ଭବନ କାହିଁକି, ଇଣ୍ଡିଆ ଗେଟ୍, ପୁରୁଣା ସଂସଦ ଭବନ ମଧ୍ୟ ଚିକିମିକି ଆଲୋକମାଳାରେ ଝଟକୁଛି । ସେପଟେ ମୁମ୍ବାଇ ଅଟଳ ସେତୁକୁ ଏଭଳି ସଜାଯାଇଛି, ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଆଲୋକମାଳାରେ ଏକ ଚେନ୍। ମୁମ୍ବାଇ ବିମାନ ବନ୍ଦର ମଧ୍ୟ ଏଥିରୁ ବାଦ ପଡିନି । 

PM Narendra Modi Independence Day
Advertisment
Advertisment