• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାପୁଆ ନ୍ୟୁ ଗିନି ପରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଅବସରରେ ସିଡନୀର ଅଲିମ୍ପିକ ପାର୍କରେ ଭାରତୀୟ ସମୁଦାୟ ଦ୍ବାରା ଆୟୋଜିତ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ସମୁଦାୟକୁ ମୋଦି ଉଦବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେହିପରି ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ସହ ଦ୍ୱିପାକ୍ଷିକ ବୈଠକ ହେବ। ଏଥିସହ ଗଭର୍ଣ୍ଣର ଜେନେରାଲ ଡେଭିଡ ହର୍ଲିଙ୍କୁ ମଧ୍ୟ ସେ ସାକ୍ଷାତ୍ କରିବେ। 

ଅଷ୍ଟ୍ରେଲିଆ ପହଞ୍ଚିବା ପରେ ପ୍ରମୁଖ କଂପାନିର ସିଇଓ ମାନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦୀ ସିଡନୀରେ ପହଞ୍ଚିବା ପରେ ସେଠାକାର ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଡନୀରେ ୨୦ ହଜାରରୁ ଅଧିକ ଭାରତୀୟ ସମୁଦାୟର ଲୋକଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ମୋଦିଙ୍କୁ ସ୍ୱାଗତ ବେଳେ ଭାରତୀୟ ସମୁଦାୟ ‘ବନ୍ଦେ ମାତାରାମ’, ‘ଭାରତ ମାତା କୁ ଜୟ’ଏବଂ ମୋଦି..ମୋଦି ନାରା ଦେଇଥିଲେ । ସିଡନୀ ଅଲିମ୍ପିକ୍ ପାର୍କରେ ମୋଦୀଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯେଉଁଥିରେ ୨୫ ହଜାରରୁ ଅଧିକ ଲୋକ ପଞ୍ଜୀକୃତ କରିଛନ୍ତି । 

ମୋଦୀଙ୍କ ପାଇଁ ଆଜି ଏକ ନୈଶଭୋଜିର ଆୟୋଜନ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ଆଲବାନିଜ । ଅଷ୍ଟ୍ରେଲିଆ ପହଞ୍ଚିବା ପରେ ମୋଦି ପ୍ରମୁଖ କଂପାନିର ସିଇଓ ମାନଙ୍କୁ ଭେଟିଥିଲେ । ସିଡନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,  ଭାରତ ଅଷ୍ଟ୍ରେଲିଆ ସହ ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସୁସମ୍ପର୍କ ଚାହେଁ । ବିଶେଷକରି ଏକ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ଅଞ୍ଚଳ ନିମନ୍ତେ ସେ ଅଷ୍ଟ୍ରେଲିଆର ସହଯୋଗ କାମନା କରନ୍ତି ।