ଜଳବାୟୁ ପରିବର୍ତ୍ତନ ପାଇଁ କରୁଥିଲେ ତପସ୍ୟା, ଖରା ସହିନପାରି ଚାଲିଗଲା ସାଧୁଙ୍କ ଜୀବନ

ତପସ୍ୟାସ୍ଥଳ ନିକଟରେ କୌଣସି ଚିକିତ୍ସା ବ୍ୟବସ୍ଥା କାହିଁକି ନଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଲୋକେ ? ଏହାସହ ପ୍ରଶାସନର ଅବହେଳା ଯୋଗୁଁ ବାବାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ବାବାଙ୍କ ସେବାଦାର ।

Monk Sun Stroke

ପ୍ରବଳ ତାତିରେ ନିଆଁ ଲଗାଇ ତପସ୍ୟା କରୁଥିବା ଜଣେ ସାଧୁ ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ଆଉ ତାପରେ ତାଙ୍କ ମୃତ୍ୟୁ ହେଲା । ଏହି ସାଧୁଙ୍କୁ ସାଧାରଣରେ ‘ପାଗଲ ବାବା’ ଭାବେ ସ୍ଥାନୀୟ ଅଞ୍ଚଳରେ ପ୍ରାୟ ସମସ୍ତେ ଜାଣନ୍ତି । ଏହି ନାଁରେ ତାଙ୍କର ଖୁବ୍‌ କ୍ଷାତି ମଦ୍ୟ ରହିଛି ।

ପୃଥିବୀରେ ବୃଦ୍ଧିପାଉଥିବା ତାପମାତ୍ରା, ବିଶ୍ୱ ଶାନ୍ତି ଏବଂ ନିଶା ସେବନରୁ ମୁକ୍ତି ପାଇଁ ବାବା ୨୩ ରୁ ୨୭ ମେ’ ପର୍ଯ୍ୟନ୍ତ ତପସ୍ୟା କରିବେ ବୋଲି ସଂକଳ୍ପ କରିଥିଲେ । ବାବାଙ୍କ ସେବାଦାର ବା ଶିଷ୍ୟ ମାନେ କହିଛନ୍ତି ଯେ, ଏହି ତପସ୍ୟା ପାଇଁ ସ୍ଥାନୀୟ ପ୍ରଶାସନ ବା SDMଙ୍କଠାରୁ ଅନୁମତି ମଧ୍ୟ ନିଆଯାଇଥିଲା । ତପସ୍ୟା ସମାପ୍ତ ହେବାକୁ ଗୋଟିଏ ଦିନ ବାକି ରହିଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଲା।

ଅଧିକ ପଢ଼ନ୍ତୁ: ଏତେ ଖରା ଗରମରେ କେମିତି କରୁଛନ୍ତି ଡ୍ୟୁଟି ! ଦେଖନ୍ତୁ ଭିଡିଓ...

ତେବେ ସାଧୁଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଅନୁମତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ଏଭଳି ଖରା ତାତିରେ ତପସ୍ୟା କରିବା ପାଇଁ ସାଧୁଙ୍କୁ ପ୍ରଶାସନ କିଭଳି ଅନୁମତି ଦେଲା ବୋଲି ପ୍ରଶ୍ନ ଉଠିଛି ? ଏହା ସହ ତପସ୍ୟାସ୍ଥଳ ନିକଟରେ କୌଣସି ଚିକିତ୍ସା ବ୍ୟବସ୍ଥା କାହିଁକି ନଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଲୋକେ ? ଏହାସହ ପ୍ରଶାସନର ଅବହେଳା ଯୋଗୁଁ ବାବାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ବାବାଙ୍କ ସେବାଦାର ।

ତପସ୍ୟା ବେଳେ ପାଗଲ ବାବାଙ୍କ ମୃତ୍ୟୁ ଖବର ଆଖି ପିଛୁଳାକେ ବ୍ୟାପିଗଲା । ଖବରପାଇବା ମାତ୍ରେ ଲୋକେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଲେ । ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ । ତାପରେ ପୋଲିସ ବାବାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଆମେଠିର ଏକ ଗାଁର ମୂଳ ବାସିନ୍ଦା ହେଉଛନ୍ତି ପାଗଲ ବାବା । ସେ ଦୁନିଆକୁ ନିଶା ମୁକ୍ତ ଏବଂ ବିଶ୍ୱ ଶାନ୍ତି ପାଇଁ ତପସ୍ୟା କରିବାକୁ ଚାହୁଁଥିଲେ । ସେ ସମ୍ଭଲ ସଦର ଏସ୍‌ଡିଏମ୍‌ ବିନୟ ମିଶ୍ରଙ୍କଠାରୁ ୨୩ ରୁ ୨୭ ମେ’ ପର୍ଯ୍ୟନ୍ତ ତପସ୍ୟା କରିବା ପାଇଁ ଅନୁମତି ନେଇଥିଲେ । ଏହା ପରେ ସେ ମେ’ ୨୩ ରୁ କେଲା ଦେବୀ ଥାନା ଅନ୍ତର୍ଗତ ବେନିପୁର ଗାଁରେ ଏକ ସ୍ଥାନରେ ନିଆଁ ଲଗାଇ ତପସ୍ୟା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ସାଧୁ ତାଙ୍କ ତପସ୍ୟାରେ ଲୀନ ଥିଲେ । ପ୍ରବଳ ତାତିରେ ଚାରିପଟେ ନିଆଁ ଲଗାଇ ମଝିରେ ବସି ତପସ୍ୟା କରୁଥିବାରୁ, ଦୂରଦୂରାନ୍ତରୁ ଲୋକେ ବାବାଙ୍କୁ ଦେଖିବାକୁ ଆସୁଥିଲେ । ତପସ୍ୟା ସ୍ଥଳରେ ଭିଡ଼ ବି ଜମୁଥିଲା ।

ଏହି ସମୟରେ ରବିବାର ପ୍ରବଳ ଉତ୍ତାପ ହେତୁ ପାଗଲ ବାବାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ସେଠାରେ ଉପସ୍ଥିତ ଥିବା ସେବାଦାରମାନେ ବାବାଙ୍କୁ ତୁରନ୍ତ ସମ୍ଭଲ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସାଧୁଙ୍କ ମୃତ୍ୟୁ ଖବର ଜିଲ୍ଲା ପ୍ରଶାସନ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ସମସ୍ତ ପ୍ରଶାସନିକ ଅଧିକାରୀ ମେଡିକାଲରେ ପହଞ୍ଚିଥିଲେ ଆଉ ବାବାଙ୍କୁ ଦେଖିଥିଲେ । ସେଠାରେ ପରିସ୍ଥିତି ଅଣାୟତ୍ତ ହେବାରୁ ସ୍ଥିତି ମଧ୍ୟ ସମ୍ଭାଳିଥିଲେ ।