Advertisment

ରାଷ୍ଟ୍ରପତି ନିର୍ବାଚନକୁ ବିଜେପିର ଅଙ୍କକଷା

ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଜୁଟାଇବାକୁ ୟୁପିଏ, ଏନଡିଓ ଓ ଅନ୍ୟ ଦଳଙ୍କ ସହ ଆଲୋଚନା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦେଇଛି ବିଜେପି ।

author-image
Otv Khabar Bureau
Rajnath Singh Naveen Patnaik

Rajnath Singh Naveen Patnaik

ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଗତକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସେହିଭଳି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ. ଜଗନମୋହନ ରେଡ୍ଡି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ର ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଜେଡିୟୁ ନେତା ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ମଧ୍ୟ ରାଜନାଥ ଆଲୋଚନା କରିଥିବା ଜଣାପଡିଛି ।

Advertisment

ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଜୁଟାଇବାକୁ ୟୁପିଏ, ଏନଡିଓ ଓ ଅନ୍ୟ ଦଳଙ୍କ ସହ ଆଲୋଚନା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦେଇଛି ବିଜେପି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜନାଥ ଆଲୋଚନା କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦ୍ଧିବଧ ଭାବେ କୌଣସି ସୂଚନା ମିଳିନାହିଁ ।

ଗତକାଲି ବିରୋଧୀ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନରେ ବସିଥିବା ଏହି ବୈଠକରେ କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ଶିବସେନା, ସମଜାବାଦୀ ପାର୍ଟି, ଜେଡିଏସ୍, ଆର୍‌ଜେଡି, ପିଡିପି, ନ୍ୟାସ୍‌ଲାନ୍ କନ୍‌ଫରେନ୍ସ, ଡିଏମ୍‌କେ, ସିପିଆଇ, ସିପିଏମ୍ ଭଳି ୧୭ଟି ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ ।

Advertisment

ଏଥିରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଜଣେ ମିଳିତ ପ୍ରାର୍ଥୀଙ୍କୁ ଛିଡ଼ା କରିବା ଲାଗି ସଂକଳ୍ପ ପାରିତ ହୋଇଛି। ଶରଦ ପାଓ୍ୱାରଙ୍କ ପ୍ରାର୍ଥିତ୍ୱ ସଂପର୍କରେ ବିରୋଧୀ ଦଳମାନେ ସହମତି ପ୍ରକାଶ କରିଥିଲେ ବି ଖୋଦ୍ ପାଓ୍ୱାର ଏଥିପାଇଁ ରାଜି ହୋଇ ନଥିବା କୁହାଯାଉଛି।

ଯଦି ସେ ରାଜି ହୁଅନ୍ତି ତେବେ ସବୁ ବିରୋଧୀ ଦଳ ତାଙ୍କୁ ସମର୍ଥନ କରିବେ ବୋଲି ମମତା କହିଛନ୍ତି। ଅନ୍ୟପକ୍ଷରେ ବୈଠକରେ ଗୋପାଳକୃଷ୍ଣ ଗାନ୍ଧି ଓ ଫାରୁକ୍ ଅବଦୁଲ୍ଲାଙ୍କ ନାଁ ଉପରେ ବି ଚର୍ଚ୍ଚା ହୋଇଛି ।

Naveen Patnaik Rajnath Singh Presidential Poll
Advertisment
Advertisment