Advertisment

ପିଲାଙ୍କୁ ପାଠ ପଢ଼ାଇଲେ ରାଷ୍ଟ୍ରପତି; ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଦେଲେ ମାର୍ଗଦର୍ଶନ...

ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇଥିଲେ ରାଷ୍ଟ୍ରପତି।

author-image
Sujit kumar Swain
ଅଦ୍ୟତନ ହୋଇଛି
President Murmu Teaches Students

President Murmu Teaches Students

ପିଲାଙ୍କୁ ପାଠ ପଢାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଦୁଇ ବର୍ଷର କାର୍ଯ୍ୟକାଳ ପୂରଣ ଅବସରରେ ସେ ଶିକ୍ଷକ ଭୂମିକାରେ ନଜର ଆସିଥିଲେ । ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ପିଲାଙ୍କୁ ପାଠ ପଠାଇଥିଲେ ରାଷ୍ଟ୍ରପତି। 

Advertisment

ଏ ଅବସରରେ ପିଲାଙ୍କ ସହ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା କରିବା ସହ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଦେଇଛନ୍ତି ଦ୍ରୌପଦୀ ମୁର୍ମୁ। ପରିବେଶର ସୁରକ୍ଷା ପାଇଁ ଗଛ ଲଗାଇବା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କାମ କରିବାକୁ ସେ ପିଲାଙ୍କୁ ଆହ୍ବାନ ଦେଇଥିଲେ । ରାଷ୍ଟ୍ରପତିଙ୍କୁ ଆଜି ଶିକ୍ଷକ ଭୂମିକାରେ ପାଇ ପିଲା ମାନେ ବି ବେଶ ଉତ୍ସାହିତ ଥିଲେ ।

ଅଧିକ ପଢ଼ନ୍ତୁ: ସଟଲ କୁଇନ୍ ସାଇନା ନେହୱାଲଙ୍କ ସହ ଖେଳିଲେ ରାଷ୍ଟ୍ରପତି

ଏଠି କହି ରଖୁଛୁ ଯେ, ରାଜନୀତିକୁ ଆସିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷୟିତ୍ରୀ ଥିଲେ । ୨୦୨୨ ଜୁଲାଇ ୨୫ରେ ସେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । 

Advertisment

President Of India Droupadi Murmu President Draupadi Murmu
Advertisment
Advertisment