Advertisment

ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ସମାରୋହ; ମରଣୋତ୍ତର ଭାବେ ୪ ଜଣଙ୍କୁ ଭାରତରତ୍ନ ପ୍ରଦାନ

ଚଳିତ ବର୍ଷ ଭାରତ ରତ୍ନ ସମ୍ମାନ ପାଇଁ ପାଞ୍ଚ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ଆଜି ୪ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Bharat Ratna Award

Bharat Ratna Award

ଏ ବର୍ଷର ଭାରତ ରତ୍ନ ବିଜେତାଙ୍କୁ ଆଜି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଭାରତ ରତ୍ନ ପ୍ରଦାନ କରିଛନ୍ତି। ଏ ବର୍ଷର ରତ୍ନ ବିଜେତାମାନେ ହେଲେ- ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନି, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ନେତା କର୍ପୁରି ଠାକୁର ଓ ବିଶିଷ୍ଟ କୃଷି ବୈଜ୍ଞାନିକ କଥା ସବୁଜ ବିପ୍ଲବର ଜନକ ଏମ୍. ଏସ୍. ସ୍ୱାମୀନାଥନ।

Advertisment

ଚଳିତ ବର୍ଷ ଭାରତ ରତ୍ନ ସମ୍ମାନ ପାଇଁ ପାଞ୍ଚ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ଆଜି ୪ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି। ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପରବର୍ତ୍ତୀ ସମୟରେ ଭାରତ ରତ୍ନ ପ୍ରଦାନ କରାଯିବ।

ମରଣୋତ୍ତର ଭାବେ ସମ୍ମାନ ପାଇଥିବା ଚାରି ବିଶିଷ୍ଟ ବ୍ୟକ୍ତି ହେଉଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣସିଂହ ଓ ପିଭି ନରସିଂହା ରାଓ, କୃଷି ବୈଜ୍ଞାନିକ ତଥା ଶବୁଜ ବିପ୍ଳବ ଜନକ ଏମ୍‌ ଏସ୍‌ ସ୍ୱାମୀନାଥନ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ କର୍ପୁରୀ ଠାକୁର।

Advertisment
Bharat Ratna Droupadi Murmu
Advertisment
Advertisment