• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନେତାଙ୍କୁ ଖୋଜିଲେ ମିଳିବ ‘ଗଞ୍ଜା’ । ସାଧାରଣତଃ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଉପହାର ସ୍ୱରୂପ ପୁରସ୍କୃତଙ୍କୁ ଟଙ୍କା ଦିଆଯାଇଥାଏ । ହେଲେ କେବେ ଶୁଣିଛନ୍ତି କି ଗଞ୍ଜା ଦିଆଯାଏ ? ହୁଏତ କଥାଟି ଟିକେ ଅଡୁଆ ଲାଗିପାରେ । ହେଲେ ବାସ୍ତବରେ ମାୟାନଗରୀ ମୁମ୍ୱାଇରୁ ଏହି କୌତୁହଳପୂର୍ଣ୍ଣ ଘଟଣା ସାମନାକୁ ଆସିଛି । ସହରର ବିଭିନ୍ନ ସ୍ଥାନରେ ନିଖୋଜ ବିଧାୟକଙ୍କ ପୋଷ୍ଟର ଲଗାଯାଇଛି । ମୁମ୍ବାଇର ଚର୍ଚ୍ଚଗେଟ୍ ଏବଂ ଗିରଗାମ୍ ସମେତ କେତେକ ଅଞ୍ଚଳରେ ବିଜେପି ବିଧାୟକ ନୀତେଶ ରାଣେଙ୍କ ଉପରେ ଏକ ଆପତ୍ତିଜନକ ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳିଛି ।

Posters of missing MLA in Mumbai, One who finds will get 1 chicken as a reward

ଏବେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ଏବଂ ବିଜେପି ବିଧାୟକ ନୀତେଶ ରାଣେ ଏବଂ ଶିବସେନାଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଏହିସମୟରେ ଏହି ପୋଷ୍ଟର ପାଇଁ ଆଗାମୀ ଦିନରେ ଶିବସେନା ଏବଂ ନୀତେଶ ରାଣେଙ୍କ ମଧ୍ୟରେ କଳହ ଆହୁରି ବଢିବାର ଆଶଙ୍କା କରାଯାଉଛି । ।

ପୋଷ୍ଟରରେ ଲେଖାଯାଇଛି ଯେ, ବିଜେପି ବିଧାୟକ ନୀତେଶ ରାଣେ ନିଖୋଜ ଅଛନ୍ତି । ଯଦି କୌଣସି ବ୍ୟକ୍ତି ନୀତେଶଙ୍କ ସନ୍ଧାନ ସୂଚନା ଦେବେ ତାଙ୍କୁ ଉପହାର ସ୍ୱରୂପ ଏକ ଗଞ୍ଜା ଦିଆଯିବ । ଏହାସହ ପୋଷ୍ଟରରେ ନୀତେଶଙ୍କ ପୂରା ନାମ, ଘର ଠିକଣା, ରଙ୍ଗ ଏବଂ ଉଚ୍ଚତା ଆଦି ସାଧାରଣ ଟିପ୍ପଣୀ ଉଲ୍ଲେଖ କରାଯାଇଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ରର ନାରାୟଣ ରାଣେଙ୍କ ବିରୋଧୀମାନେ ଦୀର୍ଘ ଦଶନ୍ଧି ଧରି ତାଙ୍କୁ ‘କୁକୁଡା ଚୋର’ ନାମରେ ପରିହାସ କରିଆସୁଥିଲେ । ତେଣୁ ଏହି ପୋଷ୍ଟରରେ କୁକୁଡ଼ା ବିଷୟରେ ଉଲ୍ଲେଖ କରାଯାଇଛି । ପୋଷ୍ଟର ଲାଗିବା ପରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସହରର ସବୁ ସ୍ଥାନରୁ ଏହି ପୋଷ୍ଟରକୁ ହଟାଇ ଦିଆଯାଇଛି ।