Advertisment

ପୋଷ୍ଟ ଅଫିସର ସ୍ୱତନ୍ତ୍ର ସ୍କିମ୍‌ ! ଟଙ୍କା ରଖିଲେ ଡବଲ ହୋଇଯିବ ଟଙ୍କା

ଏଠି ଟଙ୍କା ରଖିଲେ ଚିନ୍ତା ନାହିଁ କି ସମସ୍ୟା ନାହିଁ। ଏ ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା। ଯଦି ଆପଣ ନିଜର ଟଙ୍କାକୁ ରଖି ଦୁଇଗୁଣା କରିବାକୁ ଚାହୁଁଥାନ୍ତି, ତେବେ ଏହିଠାରେ ସୁରକ୍ଷିତ ଭାବେ ଟଙ୍କା ରଖି ଭରପୂର ଲାଭ ଉଠାନ୍ତୁ

author-image
Prangyan Parimita
post office

post office

ଚିନ୍ତା ନାହିଁ କି ସମସ୍ୟା ବି ନାହିଁ। ଏ ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା। ଯଦି ଆପଣ କେଉଁଠାରେ ଅର୍ଥ ବିନିଯୋଗ କରିବାକୁ ଭାବୁଛନ୍ତି, ତେବେ ଏହାଠାରୁ ସୁରକ୍ଷିତ ସ୍ଥାନ ବା ଭଲ ରିଟର୍ଣ୍ଣ ଆଉ କେଉଁଠି ପାଇବେ ନାହିଁ। ପୋଷ୍ଟ ଅଫିସରେ ଏମିତି ଏକ ଦମଦାର୍ ସ୍କିମ ରହିଛି, ଯେଉଁଠି ମିଳିଥାଏ ଭଲ ରିଟର୍ଣ୍ଣ ସହ ଅନେକ ସୁବିଧା। ଆମେ କହୁଛୁ ପୋଷ୍ଟ ଅଫିସର ଟାଇମ୍‌ ଡିପୋଜିଟ୍‌ ସ୍କିମ୍‌ କଥା।

Advertisment

ପୋଷ୍ଟ ଅଫିସର ଟିଡି ସ୍କିମ୍‌ରେ ଆପଣ ବର୍ଷେ, ୨ ବର୍ଷ, ୩ ବର୍ଷ ଓ ୫ ବର୍ଷ ପାଇଁ ଟଙ୍କା ଜମା କରି ପାରିବେ। ଏଥିରେ ୧ ବର୍ଷର ଅବଧି ଥିବା ଏଫ୍‌ଡି ଆକାଉଣ୍ଟରେ ଥିବା ସମୟରେ ୫.୫ ପ୍ରତିଶତର ସୁଧ ହାର ରହିଛି। ଏହା ବ୍ୟତୀତ ୧ ବର୍ଷର ଏଫ୍‌ଡି ଓ ୩ ବର୍ଷର ଏଫ୍‌ଡିରେ ମଧ୍ୟ ୫.୫ ପ୍ରତିଶତରେ ସୁଧ ମିଳୁଛି। ପୋଷ୍ଟ ଅଫିସରେ ୫ ବର୍ଷର ଟାକ୍ସ ସେଭିଂ ଏଫ୍‌ଡିରେ ୬.୭ ପ୍ରତିଶତର ସୁଧ ଦେଉଛି। ସୁଧ ଦେୟ ବାର୍ଷିକ ଆଧାରରେ କରାଯାଏ। ହେଲେ ଏହାକୁ ତ୍ରୟମାସିକ ଆଧାରରେ ହିସାବ କରାଯାଏ।

ଯଦି କିଏ ୧ ଲକ୍ଷ ଟଙ୍କାର ଜମାରେ ୫ ବର୍ଷ ମାଚ୍ୟୁରିଟି ପିରିୟଡର ଟର୍ମ ଡିପୋଜିଟ୍‌ ଖୋଲେ, ତାହେଲେ ୬.୭ ପ୍ରତିଶତ ବାର୍ଷିକ ସୁଧ ହିସାବରେ ୫ ବର୍ଷ ପରେ ସେ ୧ ଲକ୍ଷ ୩୯ ହଜାର ୪ ଶହ ୭ ଟଙ୍କାର ମାଲିକ ହୋଇ ପାରିବେ। ଯଦି ଆପଣ ଟାଇମ ଡିପୋଜିଟ୍‌ ସ୍କିମ୍‌ରେ ଟଙ୍କା ଲଗାଉଛନ୍ତି, ତେବେ ଆପଣଙ୍କୁ ୬.୭ ପ୍ରତିଶତର ଦରରେ ସୁଧ ମିଳିଲେ ଆପଣଙ୍କ ଟଙ୍କା ଡବଲ ହେବାକୁ ପାଖାପାଖି ୧୦.୭୪ ବର୍ଷ ଅର୍ଥାତ୍‌ ୧୨୯ ମାସ ସମୟ ଲାଗିବ।

Advertisment

ପୋଷ୍ଟ ଅଫିସର ଏହି ଟାଇମ୍‌ ଜିପୋଜିଟ୍‌ ସ୍କିମ୍‌ ପାଇଁ କେହି ବି ସିଙ୍ଗଲ ବ୍ୟକ୍ତି ନିଜର ଆକାଉଣ୍ଟ ଖୋଲିପାରିବ। ଏହା ବ୍ୟତୀତ ୩ ଜଣ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ। ୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ନାମରେ ପାରେଣ୍ଟସ ଆକାଉଣ୍ଟ ମଧ୍ୟ ଖୋଲି ହେବ।

ସବୁ କଥା ବାଦ ଟାଇମ୍‌ ଜିପୋଜିଟ୍‌ ସ୍କିମର ପ୍ରମୁଖ କଥା ହେଲା, ବ୍ୟାଙ୍କ ତୁଳନାରେ ଏଠାରେ ଅଧିକ ସୁଧ ମିଳିଥାଏ। କେହି କେହି ଏହି ସ୍କିମ୍‌କୁ ଡ଼ାକଘରର ଏଫ୍‌ଡି ମଧ୍ୟ କହିଥାନ୍ତି। ଆଜି ହିଁ ପୋଷ୍ଟ ଅଫିସ ଯାଇ ଏହି ଦମଦାର୍ ସ୍କିମ ବିଷୟରେ ଜାଣନ୍ତୁ ଏବଂ ଟଙ୍କା ନିବେଶ କରି ଭରପୂର ଫାଇଦା ଉଠାନ୍ତୁ।

Interest Rates PostOffice Fd
Advertisment
Advertisment