/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702885192.jpg)
Post Office Kisan Vikas Patra Scheme
ସଞ୍ଚୟ କଥା ଆସିଲେ ସାଧାରଣତଃ ସମସ୍ତେ ନିଜ ଟଙ୍କାର ସୁରକ୍ଷା କଥା ଭାବିଥା’ନ୍ତି । ଆଉ ସେଥିପାଇଁ ସରକାରଙ୍କ ପୋଷ୍ଟାଲ ବା ଡାକଘର ଓ ଏଲଆଇସି ଉପରେ ଭରସା କରିଥା’ନ୍ତି । କାରଣ ଡାକଘର ଓ ଏଲଆଇସିରେ ଟଙ୍କା ରଖିବା ସବୁଠାରୁ ସୁରକ୍ଷିତ ସ୍ଥାନ ହୋଇଥାଏ । ହେଲେ ବର୍ତ୍ତମାନ ଆମେ ଡାକଘରର ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଖୁବ୍ ଫାଇଦା ଦେବ । ଆପଣ ସଞ୍ଚୟ କରିଥିବା ଟଙ୍କାକୁ ଦ୍ୱିଗୁଣିତ କରିଦେବ ଡାକଘର । ତେବେ ଆସନ୍ତୁ ଜାଣିବା...
ପୋଷ୍ଟାଲର କିସାନ ବିକାଶ ପତ୍ର ଯୋଜନା । ଯେଉଁ ଯୋଜନାରେ ଆପଣ ଭଲ ଫାଇଦା ଉଠାଇପାରିବେ । ଆପଣଙ୍କୁ ଏହି ଯୋଜନାରେ ୭ ପ୍ରତିଶତରୁ ଅଧିକ ସୁଧ ମିଳିବ । ଆର୍ଥାତ୍ ଆପଣ ୭.୫ ପ୍ରତିଶତ ସୁଧ ପାଇବେ । କିସାନ ବିକାଶ ପତ୍ର ଯୋଜନାରେ ଆପଣ ସର୍ବନିମ୍ନ ୧୦୦୦ ଟଙ୍କା ବିନିଯୋଗ କରିପାରିବେ । ସର୍ବାଧିକ ବିନିଯୋଗର କୌଣସି ସୀମା ରଖାଯାଇନାହିଁ । ଆପଣଙ୍କ ସକ୍ଷମ ଅନୁସାରେ ଏହି ଯୋଜନାରେ ଆପଣ ବିନିଯୋଗ କରିବା ସହ ଭଲ ଲାଭ ପାଇପାରିବେ । ଏହି ଯୋଜନାରେ ୧୦ ବର୍ଷରୁ ଅଧିକ ପିଲାମାନଙ୍କ ନାଁରେ ମଧ୍ୟ ଆକାଉଣ୍ଟ ଖୋଲିହେବ ।
ବିନିଯୋଗର ସମୟସୀମା
କିସାନ ବିକାଶ ପତ୍ର ଯୋଜନାରେ ଆପଣଙ୍କୁ ୯ ବର୍ଷ ୭ ମାସ ପର୍ଯ୍ୟନ୍ତ ବିନିଯୋଗ କରିବାକୁ ପଡିବ । ଯଦି ଆପଣ ୧୧୫ ମାସ ପାଇଁ କିସାନ ବିକାଶ ପତ୍ର ଯୋଜନାରେ ୧ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଏହି ସମୟ ମଧ୍ୟରେ ଆପଣଙ୍କୁ ୩ ଲକ୍ଷ ଟଙ୍କା ମିଳିବ । ଆଉ ଯଦି ଆପଣ ଏଥିରେ ୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ।
ଡାକଘର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ କିସାନ ବିକାଶ ପତ୍ରରେ ପୂର୍ବରୁ ୧୩୨ ମାସ ସମୟ ନିଆଯାଉଥିଲା । ଏହା ପୂର୍ବରୁ, ଅର୍ଥାତ୍ ଜାନୁୟାରୀ ୨୦୨୩ରେ, ସରକାର କାର୍ଯ୍ୟକାଳକୁ ୧୨୦ ମାସକୁ ହ୍ରାସ କରିଥିଲେ ଏବଂ କିଛି ମାସ ପରେ, ନିବେଶକମାନଙ୍କୁ ଅଧିକ ଲାଭ ପ୍ରଦାନ କରିବାକୁ, କାର୍ଯ୍ୟକାଳ ୧୧୫ ମାସକୁ ହ୍ରାସ କରାଯାଇଥିଲା । ଯଦି ଆପଣ ଏହି ଯୋଜନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ ନିକଟସ୍ଥ ଡାକଘର ସହ ଏନେଇ ଯୋଗାଯୋଗ କରିପାରିବେ । ଆପଣ ଏହି ଯୋଜନାରେ ରଖିବାକୁ ଥିବା ଟଙ୍କା ସମ୍ପର୍କରେ ପଚାରି ବୁଝିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)