Advertisment

ହିମାଚଳ ପ୍ରଦେଶ: କିଏ ହେବେ ମୁଖ୍ୟମନ୍ତ୍ରୀ ? ଲାଗିରହିଛି ଛକାପଞ୍ଛା

ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତିଥିବାରୁ ଦଳୀୟ ନେତୃବୃନ୍ଦଙ୍କ ଟେନସେନ ବଢ଼ି ଯାଇଛି। ଦଳ ସରକାର ଗଠନ କରିବାକୁ ଯାଉଥିବାରୁ ହାଇକମାଣ୍ଡ ଖୁସି ହେଉଛନ୍ତି। ହେଲେ ନିର୍ବାଚନ ଜିତିବା କ୍ଷଣି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଯାଇଛି।

author-image
Manoranjan Behera
Himachal Pradesh

Himachal Pradesh

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ସରକାର ଗଠନ ପ୍ରକ୍ରିୟା ଜାରି ରହିଛି । ତାହାରି ଭିତରେ ଘମାସାନ ସ୍ଥିତି ଉପୁଜିଛି । ଆଶାୟୀ ପ୍ରାର୍ଥୀ ମାନେ ଶକ୍ତି ପ୍ରଦର୍ଶନ ସହ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ ହୋ ହଲ୍ଲା କରୁଛନ୍ତି । ଦଳରୁ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଲାଗିରହିଛି ଛକାପଞ୍ଛା । ନିଷ୍ପତ୍ତି ନେବା ପାଇଁ ବର୍ତ୍ତମାନ ବିଧାୟକ ଦଳ ବୈଠକ ଜାରି ରହିଛି । ବୈଠକରେ ଧାର୍ଯ୍ୟ ନାଁକୁ ହାଇ କମାଣ୍ଡଙ୍କ ନିକଟଙ୍କୁ ପଠାଯିବ ବୋଲି ଜଣାପଡ଼ିଛି । ହାଇକମାଣ୍ଡ ହିଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ମାରିବେ ବୋଲି ପ୍ରସ୍ତାତ ପାରିତ ହେବାର ଅଛି । 

Advertisment

ସରକାର ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚାଲିଥିବା ବୈଠକରେ ବରିଷ୍ଠ ସୁପରଭାଇଜର ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଭୁପେନ୍ଦ୍ର ସିଂ ହୁଦା ଏବଂ ରାଜ୍ୟ ପ୍ରଭାରୀ ରାଜୀବ ଶୁକ୍ଲା ପ୍ରମୁଖ ଉପସ୍ଥିତ ଅଛନ୍ତି । ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ୪ ଜଣ ଆଶାୟୀ ରହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ସିଂ, ପୁଅ ବିକ୍ରମାଦିତ୍ୟ ସିଂ, ପୂର୍ବତନ ହିମାଚଳ କଂଗ୍ରେସ ମୁଖ୍ୟ ସୁଖବିନ୍ଦର ସିଂ ସୁଖୁ ଏବଂ କଂଗ୍ରେସ ବିଧାୟକ ଦଳ ନେତା ମୁକେଶ ଅଗ୍ନିହୋତ୍ରୀ ।

ଏହି ୪ଜଣ ମୁଖ୍ୟମନ୍ତ୍ରୀ ହେବା ନେଇ ଲବି ଆରମ୍ଭ କରିଦେଇଥିଲେ । ୬୮ ଆସନ ବିଶିଷ୍ଟ ହିମାଚଳପ୍ରଦେଶ ବିଧାନସଭା ଆସନରୁ କଂଗ୍ରେସ ୪୦ଟି ଜିତି ସଂଖ୍ୟା ଗରିଷ୍ଠ ହାସଲ କରିଛି ।

Advertisment
Politics Himachal Pradesh
Advertisment
Advertisment