Advertisment

“ଆଫଗାନୀସ୍ତାନରେ ମହିଳାଙ୍କ ସୁରକ୍ଷା ସବୁଠୁ ବଡ଼ ଚିନ୍ତାର କାରଣ”

ଭାରତ ଉପରେ ଗଭୀର ପ୍ରଭାବ ପକାଇବ ଆଫଗାନୀସ୍ତାନ ସ୍ଥିତି ଉଭୟ ଅର୍ଥନୈତିକ ଓ ମାନବିକ ଦୃଷ୍ଟିକୋଣରୁ ଆଫଗାନବାସୀ ଏବେ ଅତ୍ୟନ୍ତ କଦର୍ଯ୍ୟ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ବିନା ଚୁକ୍ତି କି ସହମତିରେ ତାଲିବାନ ସରକାର ଗଠନ କରିଥିବାରୁ, ବୁଝି ବିଚାରି ନିଷ୍ପତ୍ତି ନେବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

author-image
Sarbeswar
pm modi

pm modi

ନୂଆଦିଲ୍ଲୀ: ଭାରତ ଉପରେ ଗଭୀର ପ୍ରଭାବ ପକାଇବ ଆଫଗାନୀସ୍ତାନ ସ୍ଥିତି ଉଭୟ ଅର୍ଥନୈତିକ ଓ ମାନବିକ ଦୃଷ୍ଟିକୋଣରୁ ଆଫଗାନବାସୀ ଏବେ ଅତ୍ୟନ୍ତ କଦର୍ଯ୍ୟ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ବିନା ଚୁକ୍ତି କି ସହମତିରେ ତାଲିବାନ ସରକାର ଗଠନ କରିଥିବାରୁ, ବୁଝି ବିଚାରି ନିଷ୍ପତ୍ତି ନେବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନସିଂରେ ସାଂଘାଇ କୋପରେସନ ଅର୍ଗାନାଇଜେସନ ବା SCO ସମ୍ମିଳନୀରେ ଭାଗ ନେଇ ମୋଦି କହିଛନ୍ତି-ତାଲିବାନ ସରକାର ଏକ ସମାବେଶୀ ସରକାର ନୁହେଁ। ଆଫଗାନୀସ୍ତାନରେ ମହିଳାଙ୍କ ସୁରକ୍ଷା ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି। ବନ୍ଧୁକ ମୁନରେ ସେଠାରେ ସରକାର ଗଠନ ହୋଇଛି, ଯଥାଶୀଘ୍ର ଶାନ୍ତି ନଫେରିଲେ , ତାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିବ ବୋଲି କହିଛନ୍ତି ମୋଦି।

Advertisment

ତାସହ କହିଛନ୍ତି ଅଳ୍ପେ ବହୁତେ ସବୁ ଦେଶ ଆତଙ୍କବାଦର ଶିକାର ହୋଇଛନ୍ତି। ତେଣୁ ଆଫଗାନ ମାଟିରେ ଯେପରି ଆତଙ୍କବାଦ ପ୍ରଭାବ ବିସ୍ତାର ନକରେ ବା ଅନ୍ୟ ଦେଶ ବିରୋଧରେ ଆତଙ୍କୀ ଆକ୍ରମଣର ଷଡ଼ଯନ୍ତ୍ର ନହୁଏ, ସେଥିପ୍ରତି ସମସ୍ତେ ଏକାଠି ହେବାକୁ SCO ସଦସ୍ୟ ରାଷ୍ଟ୍ର ରୁଷ ଓ ଚୀନକୁ ବି ଆହ୍ୱାନ ଦେଇଛନ୍ତି ମୋଦି। ଆମେରିକାର ନାଁ ନନେଇ ମୋଦି କହିଥିଲେ, ତାଲିବାନ ହାତରେ ବହୁ ଅତ୍ୟାଧୁନିକ ଅସ୍ତ୍ର ଲାଗିଛି। ତେଣୁ ତାର ଯେପରି ଅସଦ୍ ବ୍ୟବହାର ନହୁଏ ସେଥିପ୍ରତି ସତର୍କ ରହିବାକୁ ବି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment
Narendra Modi India America SCO
Advertisment
Advertisment