• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହରିୟାଣା ନୂହଁରେ ବାଲି ମାଫିଆଙ୍କ ଗୁଣ୍ଡାରାଜ । ପୋଲିସ DSPଙ୍କୁ ଡମ୍ପର ଚଢ଼ାଇ ହତ୍ୟା । ନୂହଁରେ ବାଲି ମାଫିଆଙ୍କୁ ଧରିବାକୁ ଯାଇଥିଲେ ଡିଏସ୍ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀ । ତେବେ ଏହି ସମୟରେ ଯୋଜନାବଦ୍ଧ ଭାବେ ଡମ୍ପର ଚଢ଼ାଇ ଦେଇଛନ୍ତି ବାଲି ମାଫିଆ । ଘଟଣାସ୍ଥଳରେ ହିଁ ଡିଏସ୍ପିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ରାସ୍ତାକଡ଼ରେ ଡିଏସ୍ପିଙ୍କ ମୃତଦେହ ପଡ଼ିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ୍ କରାଯାଉଛି ।