Bareilly Bridge Accident
ଜୀବନ ନେଇଗଲା ଗୁଗୁଲ ମ୍ୟାପ। ଉତ୍ତରପ୍ରଦେଶରେ ବାଟ ଖୋଜିବାକୁ ଯାଇ ଅଧାଗଢା ବ୍ରିଜରୁ ତଳେ ପଡ଼ି ୩ ଜଣଙ୍କର ମୃତ୍ୟୁ ଘଟଣାରେ ତଦନ୍ତର ସାମନା କରିଛି ଗୁଗୁଲ ମ୍ୟାପ। କେମିତି ଓ କେଉଁ ପରିସ୍ଥିତିରେ ଫେଲ୍ ହେଲା ଗୁଗୁଲର ଜିପିଏସ୍ । ତଦନ୍ତ ଭିତରେ ସ୍ପଷ୍ଟୀକରଣ ରଖିଛି ଗୁଗୁଲ୍ ମ୍ୟାପ୍। ସେମାନେ ଭାରତର ତଦନ୍ତକାରୀ କର୍ତ୍ତୃପକ୍ଷଙ୍କୁ ତଦନ୍ତରେ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।
ପୋଲିସ ଏହି ଘଟଣାରେ ନେଭିଗେସନ୍ ଆପର ଜଣେ ଅଧିକାରୀଙ୍କ ସମେତ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପଚରାଉଚରା କରିଛି। ଗୁଗୁଲ ମ୍ୟାପ୍ ଭୁଲ୍ ତଥ୍ୟ ଦେବାରୁ ଉତ୍ତରପ୍ରଦେଶ ବରେଲିରେ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଗୁରୁଗ୍ରାମର ବିବେକ ଓ ଅମିତ ଡ୍ରାଇଭରକୁ ଧରି ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବାହାରିଥିଲେ। ଦତ୍ତାଗଞ୍ଜରୁ ଫରିଦପୁର ଅଭିମୁଖେ ଯାଉଥିବା ବେଳେ ସେମାନେ ରାସ୍ତା ଜାଣି ପାରିନଥିଲେ। ରାତି ହୋଇଥିବାରୁ କାହାରିକୁ ପଚାରି ରାସ୍ତା ବୁଝିବା ସମ୍ଭବ ହୋଇନଥିଲା।
ଅଧିକ ପଢନ୍ତୁ: ଡିଭାଇଡର ଡେଇଁ ଟ୍ରକ୍କୁ ପିଟିଲା ସ୍କର୍ପିଓ; ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଶେଷରେ ସେମାନେ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରିଥିଲେ। ଜିପିଏସ୍ ଅନୁସାରେ ସେମାନେ ଆଗକୁ ବଢିଥିଲେ। ହେଲେ ଆଗରେ ଏକ ଅଧାଖଣ୍ଡିଆ ଫ୍ଲାଏଓଭର ବ୍ରିଜ ରହିଛି ବୋଲି ସେମାନେ ଜାଣି ପାରିନଥିଲେ। କାରଟି ବ୍ରିଜ ଉପରେ ଯାଉଥିବା ବେଳେ ହଠାତ୍ ୫୦ ଫୁଟ ତଳକୁ ଖସି ପଡିଥିଲା। ରାମଗଙ୍ଗା ନଦୀକୁ କାର୍ ଟି ଖସିପଡ଼ିବା ସହ ଡ୍ରାଇଭର ସମେତ ବିବେକ ଓ ଅମିତଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଜିପିଏସର ସଠିକତାକୁ ନେଇ ଉଠିଛି ପ୍ରଶ୍ନ।
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୨୨ ବନ୍ୟାରେ ରାମଗଙ୍ଗା ନଦୀ ଉପରେ ନିର୍ମିତ ଏହି ସେତୁର ଅଧା ଧୋଇ ହୋଇଯାଇଥିଲା । ଅନ୍ୟପଟେ ଏହି ଦୁର୍ଘଟଣା ପରେ ପରିବାର ଲୋକେ ପ୍ରଶାସନର ଅସାବଧାନତାକୁ ଦାୟୀ କରିଥିଲେ । ପୋଲ ଅଧା ତିଆରି ହୋଇ ରହିଥିଲା । ଏଥିରେ ଆରମ୍ଭ କିମ୍ବା ଶେଷରେ କୌଣସି ବ୍ୟାରିକେଡ୍ ବା ସିଗ୍ନାଲ ଦିଆ ଯାଇନଥିଲା । ଏହି ଅସାବଧାନାତା ଯୋଗୁ ୩ ଜଣଙ୍କର ଜୀବନ ଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732706156.jpg)