Advertisment

ଯୋଶୀମଠ ପାଇଁ ପିଏମ୍ଓର ସମୀକ୍ଷା : ଯୋଗଦେବେ କେନ୍ଦ୍ର କ୍ୟାବିନେଟ ସେକ୍ରେଟାରୀ, ବରିଷ୍ଠ ଅଧିକାରୀ, NDMA

କିଛି ଦିନ ହେଲା ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ସହର ଯୋଶୀମଠ ଦବିବାରେ ଲାଗିଛି

author-image
Prangyan Parimita
 Joshimath crisis

Joshimath crisis

ଉତ୍ତରାଖଣ୍ଡ ଯୋଶୀମଠ ସହର ଦବିବା ଘଟଣାରେ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡର ପି.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ୟାବିନେଟ ସେକ୍ରେଟାରୀ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଯୋଗଦେବେ । ଅପରାହ୍ଣରେ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଶୀମଠ ଜିଲ୍ଲାର ଅଧିକାରୀ, ଉତ୍ତରାଖଣ୍ଡର ରାଜ୍ୟର ବରିଷ୍ଠ ଅଧିକାରୀ ଭିଡିଓ କନଫରେନ୍ସିଂରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

Advertisment

ଗତ କିଛି ଦିନ ହେଲା ଆଧ୍ୟାତ୍ମିକ ସହର ଯୋଶୀମଠ ଦବି ଦବି ଯାଉଛି । ଦେବଭୂମି ଉତ୍ତରାଖଣ୍ଡର ଯୋଶୀମଠ ଏକ ପରିଚିତ ସ୍ଥାନ । ଖାସ୍ କରି ହିନ୍ଦୁ ଶ୍ରଦ୍ଧାଳୁଙ୍କ ଲାଗି ଏହା ଅତି ପବିତ୍ର । ବଦ୍ରିନାଥ ଓ ହେମକୁଣ୍ଡ ସାହିବ୍ ଯାତ୍ରାର ଉତ୍ପତ୍ତି ସ୍ଥଳ ହେଉଛି ହିମାଳୟ ପାଦଦେଶରେ ଅବସ୍ଥିତ ଏହି ସୁନ୍ଦର ସହର । ତେବେ ମନୁଷ୍ୟକୃତ ହେଉ କି ପ୍ରାକୃତିକ, ସହର ଉପରେ ମାଡ଼ି ଆସୁଛି ବପତ୍ତି । ଦବିବାକୁ ଆରମ୍ଭ କରିଛି ଏଠିକାର ଭୂମିରୂପ ... । ରାସ୍ତାଘାଟ ସବୁ ଫାଟିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ସହରର ୫୬୧ଟି ଘରେ ଫାଟ ସୃଷ୍ଟି ହୋଇଛି ।

ରବିଗ୍ରାମରେ ୧୫୩, ଗାନ୍ଧିନଗରର ୧୨୭, ମୋହନବାଗ୍ର ୭୧, ସିଙ୍ଗଧାରର ୫୧, ପରସାରୀର ୫୦, ଅପର୍ ବାଜାରର ୨୯, ସୁନୀଲରେ ୨୭, ମାରଓ୍ୱାଡ଼ିରେ ୨୮ ଏବଂ ଲୋୟର ବଜାର ଅଞ୍ଚଳରେ ୨୪ଟି ଘର କ୍ଷତିଗ୍ରସ୍ତ ହୋଇଛି କେବଳ ଘର କାନ୍ଥ ନୁହେଁ, ରାସ୍ତାରେ ବଡ଼ ବଡ଼ ଫାଟ ସୃଷ୍ଟି ହେବା ସହ ଏଥିରୁ ପାଣି ବାହାରିବାକୁ ଆରମ୍ଭ କରିଛି । ମାଟିତଳୁ ଅଦ୍ଭୁତ ଶଦ୍ଦ ଶୁଭୁଥିବା ବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ପୂରା ସହର ବିପର୍ଯ୍ୟୟ ମୁହାଁ ହେବା ପରେ, ଏକପ୍ରକାର ସମୂହ ପଳାୟନର ଆଶଙ୍କା ସୃଷ୍ଟି ହୋଇଛି ।

Advertisment

ସେପଟେ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମି ଯୋଶିମଠକୁ ଯାଇ ସ୍ଥିତି ପରଖିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଯେପରି କାହାରି କିଛି କ୍ଷୟକ୍ଷତି ହେବନି ସେ ନେଇ ବ୍ୟବସ୍ଥା କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । କେଉଁ କାରଣ ପାଇଁ ଭୂମି ଦବିଛି ସେ ସମ୍ପର୍କରେ ସର୍ଭେ ପାଇଁ ବିଶେଷଜ୍ଞ ଟିମ୍ ଯାଞ୍ଚ କରୁଛି । ଏଯାଏଁ ୯ଟି ଅଞ୍ଚଳରେ ପାଖାପାଖି ଭୂମି ଦବି ଯାଇ ୫୬୧ଟି ଘର ଫାଟି ଗଲାଣି । ଅନେକ ସ୍ଥାନରେ ଭୂମି ଦବି ଯାଇ ପାଣି ବାହାରିବା ସହିତ କୋଠାରେ ଫାଟ ସୃଷ୍ଟି ହୋଇଛି ।

PMO Joshimath
Advertisment
Advertisment