• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାସକୁ ଦେବେ ୨ ଟଙ୍କା । ପାଇବେ ୨ଲକ୍ଷ ଟଙ୍କାର ସୁବିଧା । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜନତାଙ୍କ ହିତ ପାଇଁ କେନ୍ଦ୍ର ସରକାର ଏକ ସୁନ୍ଦର ଯୋଜନା ଆଣିଛନ୍ତି । ଯେଉଁ ଯୋଜନା ଦ୍ୱାରା ସାଧାରଣ ଜନତା ଲାଭ ପାଇପାରିବେ । ମାସକୁ ମାତ୍ର ୨ ଟଙ୍କା ସଞ୍ଚୟ କରି ପାଇପାରିବେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ।

କେନ୍ଦ୍ର ସରକାରଙ୍କ ଏହି ଯୋଜନାର ନାଁ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା । ଏଥିରେ ନିବେଶ କରି ସାଧାରଣ ଲୋକଟିଏ ୨ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସେବା ପାଇପାରିବ । ଖାଲି ଏତିକି ଯେ ତାହାନୁହେଁ, ଏହି ଯୋଜନାରେ ହିତାଧିକାରୀ ବାର୍ଷିକ ୨୦ ଟଙ୍କା ରଖି ମଧ୍ୟ ରଖିପାରିବେ । ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ମିଳିବ ।

ବର୍ଷକୁ ଯଦି ଆପଣ ୨୦ ଟଙ୍କା ରଖନ୍ତି , ତେବେ ଆପଣଙ୍କୁ ମାସକୁ ୨ ଟଙ୍କା ମଧ୍ୟ ଦେବାକୁ ପଡ଼ିବ ନାହିଁ । ଅର୍ଥାତ୍‌ ହିସାବକୁ ନେଲେ ଆପଣଙ୍କୁ ମାସକ ୨ରୁ ଆହୁରି କମ୍‌ ଟଙ୍କା ଦେବାକୁ ହେବ । ସବୁଠାରୁ ବଡ଼ କଥା ହେଉଛି, ଏହି ଯୋଜନାରେ ନିବେଶ କରିଥିବା ବ୍ୟକ୍ତିଙ୍କର ଯଦି କୌଣସି କାରଣରୁ ମୃତ୍ୟୁ ହୋଇଯାଏ , ତେବେ ଯୋଜନାରେ ନିବେଶ କରିଥିବା ହିତାଧିକାରୀଙ୍କ ନୋମିନିଙ୍କୁ କ୍ଷତିପୂରଣ ସ୍ୱରୂପ ୨ଲକ୍ଷ ଟଙ୍କା ମିଳିବ ।

ଖାଲି ସେତିକି ନୁହେଁ, ଏହି ଯୋଜନାର ହିତାଧିକାରୀ ଯଦି କୌଣସି ଦୁର୍ଘଟଣାରେ ଆଂଶିକ ବିକଳାଙ୍ଗ ହୋଇଯା’ନ୍ତି ତେବେ ତାଙ୍କୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ । ସେହିପରି ବ୍ୟକ୍ତି ଜଣକ ଯଦି ସମ୍ପୂର୍ଣ୍ଣ ବିକଳାଙ୍ଗ ହୋଇଯା’ନ୍ତି ତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦେବେ କେନ୍ଦ୍ର ସରକାର ।

ତେବେ ଏହି ଯୋଜନା ସମ୍ପର୍କରେ ଯଦି ଆପଣ ଆହୁରି ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣ ନିକଟସ୍ଥ ବ୍ୟାଙ୍କରେ ଯୋଗାଯୋଗ କରିପାରିବେ । ଅଧିକାରୀଙ୍କ ନିକଟରୁ ପରାମର୍ଶ ନେବା ପରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ନିବେଶ କରି ଲାଭ ପାଇପାରିବେ ।