Advertisment

ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବେ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଆଜି ରାଜକୀୟ ଅନ୍ତିମ ସତ୍କାର ହେବ। ଏଥିରେ ସାମିଲ ହେବା ପାଇଁ ଜାପାନରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୋକିଓରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେ ଶ୍ରଦ୍ଧାଞ୍ଜଳି ଜଣାଇବେ।

author-image
Manoranjan Behera
ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଆଜି ରାଜକୀୟ ଅନ୍ତିମ ସତ୍କାର ହେବ । ଏଥିରେ ସାମିଲ ହେବା ପାଇଁ ଜାପାନରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ସେ ଶ୍ରଦ୍ଧାଞ୍ଜଳି ଜଣାଇବେ । 

Advertisment

ପ୍ରଧାନମନ୍ତ୍ରୀ ମୋଦି ଜାପାନ ପ୍ରତିପକ୍ଷ ଫୁମିଓ କିଶିଦାଙ୍କୁ ପୃଥକ ଭାବେ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ । ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଥିବା ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କୁ ମଧ୍ୟ ମୋଦି ଭେଟିବା କାର୍ଯ୍ୟକ୍ରମ ରହିଛି । 

Advertisment

ଗତ ଜୁଲାଇ ୮ ତାରିଖରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେବା ସମୟରେ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଦେହାନ୍ତକୁ ଇତିମଧ୍ୟରେ ୨ ମାସ ବିତିଯାଇଥିବାବେଳେ ଆଜି ଅନ୍ତ୍ୟେଷ୍ଟି ହେବ । 

Shinzo Abe's Funeral PM Narendra Modi Tokyo
Advertisment
Advertisment