• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଉଦ୍‌ଘାଟନ ହେଲା ୬ ଲେନ୍‌ ବିଶିଷ୍ଟ ଟନେଲ । ନୂଆ ଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଟିଗ୍ରେଟେଡ୍ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ୍ ସହ ୫ଟି ଅଣ୍ଡରପାସ୍ ଉଦ୍‌ଘାଟନ କରିଛନ୍ତି । ଫଳରେ ଦିଲ୍ଲୀବାସୀଙ୍କୁ ଟ୍ରାଫିକ ଜାମରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ଏହି ଟନେଲ ଦ୍ୱାରା ରିଙ୍ଗ ରୋଡ ଦେଇ ସେଣ୍ଟର ଦିଲ୍ଲୀ ଆସିବା ସହଜ ହେ । ଏହାସହ ଲୋକମାନେ ସହଜରେ ପୂର୍ବ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରୁ ଇଣ୍ଡିଆ ଗେଟ୍ ଏବଂ କେନ୍ଦ୍ରୀୟ ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳକୁ ପହଞ୍ଚି ପାରିବେ ।

ଏନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୮୦ ପ୍ରତିଶତ ଅର୍ଥ ଦେଇଛନ୍ତି। ଯେଉଁଠାରେ ୨୦ ପ୍ରତିଶତ ITPO ପାଣ୍ଠିରୁ ଦିଆଯାଇଛି । ୯୨୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପ୍ରଗତି ମଦାନରେ ଇଣ୍ଟିଗ୍ରେଟେଡ୍ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପ ନିର୍ମିତ ହୋଇଛି । ପ୍ରଗତି ମଦାନ ଟନେଲର ମୋଟ ଲମ୍ବ -୧.୩ କିମି ହୋଇଥିବାବେଳେ ଏହାର ମୋଟେଇ ୬ ଲେନ୍‌ ବିଶିଷ୍ଟ ଏବଂ ଏହାର ମୋଟ ମୂଲ୍ୟ ୯୨୩ କୋଟି ଟଙ୍କା ବୋଲି ଜାତୀୟ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି ।

ତେବେ ଏହି ୧୬ କିଲୋମିଟର ଲମ୍ବା ଟନେଲର ଉଦଘାଟନ ଫଳରେ ITO, ମଥୁରା ରୋଡରେ ଥିବା ଇଣ୍ଡିଆ ଗେଟ୍,ଭାୟରନ୍ ମାର୍ଗ, ପୂର୍ବ ଦିଲ୍ଲୀ ଓ ନୋଏଡା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଦିଲ୍ଲୀରେ ଦେଖାଯାଉଥିବା ଟ୍ରାଫିକ୍‌ ଜାମ୍ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖାଯାଇଛି ।

MODI