Advertisment

ଭୋଟ୍ ପାଇଁ ଦେଶରୁ 'ରେଭଡ଼ି ସଂସ୍କୃତି' ବନ୍ଦ ହେବା ଉଚିତ୍: ମୋଦି

ଭୋଟ୍‌ ପାଇଁ ମାଗଣା ବଣ୍ଟନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧ କରିଛନ୍ତି। ଭୋଟ୍‌ ପାଇଁ ଏହି ରଣନୀତିକୁ ମୋଦି ‘ମାଗଣା ରାବିଡ଼ି’ ସହ ତୁଳନା କରିଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

PM Modi

ବହୁପ୍ରତିକ୍ଷିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେ ଉଦଘାଟିତ ହୋଇଛି । ପ୍ରଥମ ଥର ପାଇଁ ଏତେ ବଡ଼ ରାସ୍ତା ନିର୍ଦ୍ଧାରିତ ସମୟର ୮ ମାସ ପୂର୍ବରୁ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ହୋଇଛି । ତେବେ ଉଦଘାଟନୀ କାର୍ଯ୍ୟକ୍ରମରେ ମୋଦି ଭୋଟ୍‌ ପାଇଁ ମାଗଣା ବଣ୍ଟନ ଯୋଜନାକୁ କଡ଼ା ବିରୋଧ କରିଛନ୍ତି । ଭୋଟ୍‌ ପାଇଁ ଏହି ରଣନୀତିକୁ ମୋଦି ‘ମାଗଣା ରାବିଡ଼ି’ ସହ ତୁଳନା କରିଛନ୍ତି।

Advertisment

ମୋଦି କହିଛନ୍ତି ଯେ, ଭୋଟ ପାଇବା ପାଇଁ କିଛି ଲୋକ ମାଗଣା ବଣ୍ଟନକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ଦେଶର ଉନ୍ନତି କ୍ଷେତ୍ରରେ ଅତ୍ୟନ୍ତ ବିପଦଜନ୍ନକ ବୋଲି ସେ କହିଛନ୍ତି । ୨୯୬ କିଲୋମିଟର ବିଶିଷ୍ଟ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଉଦ୍‌ଘାଟନ ଅବସରରେ ମୋଦି ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମାଗଣା ବଣ୍ଟନ ଦେଶର ବିକାଶରେ ବଡ଼ ବାଧକ ।

ଉତ୍ତରପ୍ରଦେଶର ବିରୋଧୀ ଦଳ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍ କରି ମୋଦି କହିଛନ୍ତି ଯେ, ରେଭଡ଼ି ସଂସ୍କୃତି ଦେଶ ପାଇଁ ବିପଜ୍ଜନକ। ଯେଉଁମାନେ ରେଭଡ଼ି ସଂସ୍କୃତିକୁ ବିଶ୍ୱାସ କରନ୍ତି ସେମାନେ ନୂଆ ଏକ୍ଦପ୍ରେସ ୱେ, ବିମାନ ବନ୍ଦର, ଡିଫେନ୍ସ କରିଡର ନିର୍ମାଣ କରନ୍ତ ନାହିଁ। ଏଭଳି ଚିନ୍ତଧାରାକୁ ଆମେ ଏକାଠି ମିଶି ପରାସ୍ତ କରିପାରିବା ବୋଲି ମୋଦି କହିଛନ୍ତି । ଏଥିସହ ରାବିଡ଼ି ସଂସ୍କୃତିକୁ ଆମ ରାଜନୀତିରୁ ହଟାଇବାକୁ ପଡ଼ିବ ବୋଲି ସେ କହିଛନ୍ତି । ସେହିପରି ରେଭଡ଼ି ସଂସ୍କୃତି ବିରୋଧରେ ଯୁବପିଢ଼ିଙ୍କୁ ମୋଦି ଆହ୍ୱାନ କରିଛନ୍ତି ମୋଦି ।

Advertisment

ବାସ୍ତବରେ ରାବିଡ଼ି ହେଉଛି ଉତ୍ତର ଭାରତର ଏକ ଲୋକପ୍ରିୟ ମିଠା ଆଇଟ୍‌ମ । ଏହି ଅବସରରେ ମୋଦି କହିଛନ୍ତି ଯେ, ସରକାର ଯେକୌଣସି ପଲିସି ଆଣନ୍ତି ତାହା ଦେଶର ହିତ ପାଇଁ ଉର୍ଦ୍ଦିଷ୍ଟ ଥାଏ । ଯେ କୌଣସି ଜିନିଷ ଦେଶର କ୍ଷତି ସାଧନ କରେ ତାହା ବିକାଶକୁ ମଧ୍ୟ ପ୍ରଭାବିତ କରେ ବୋଲି ମୋଦି କହିଛନ୍ତି।

ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେ ଉଦଘାଟନ ୨୯ ଫେବୁଆରୀ ୨୦୨୦ରେ ଶିଳ୍ୟାନାସ କରିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାମ ଫେବ୍ରୁଆରୀ ମଧ୍ୟ ଭାବ ବେଳକୁ ସରିଥାନ୍ତା, କିନ୍ତୁ ୮ ମାସପୂର୍ବରୁ ଏକ୍ସପ୍ରେସ୍ ୱେ ପ୍ରସ୍ତୁତ ହୋଇ ଲୋକଙ୍କ ପାଇଁ ସମର୍ପଣ କରାଯାଇଛି । ଆଜି ଏହାର ଉଦଘାଟନ ପରେ ଏହାକୁ ଦେଶବାସୀ ତଥା ଉତ୍ତରପ୍ରଦେଶ ଲୋକଙ୍କ ପାଇଁ ଉପହାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ୟୁପିର ବିକାଶ ତଥା ବୁନ୍ଦେଲଖଣ୍ଡ ଲୋକଙ୍କ ଉନ୍ନତିରେ ଏହା ଏକ ବଡ଼ ସହାୟ ହେବ ବୋଲି ମୋଦି କହିଛନ୍ତି । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେ ପାଇଁ ଖର୍ଚ୍ଚ ହୋଇଛି ୧୪ ହଜାର ୮୫୦ କୋଟି ଟଙ୍କା । ଏହି ରାସ୍ତାରେ ୨୪ ଘଣ୍ଟିଆ ପୋଲିସ ପାଟ୍ରୋଲିଂ ଓ ମୋବାଇଲ୍ ଆମ୍ବୁଲାନସ ବ୍ୟବସ୍ଥା ରହିବ । ଏକ୍ସପ୍ରେସ୍ ୱେର ଦୁଇ ପଟେ ଅତିରିକ୍ତ ଜମି ରହିଛି ଯାହା ଦ୍ୱାରା ରାସ୍ତା ସମ୍ପ୍ରସାରଣ ଭବିଷ୍ୟତରେ ହୋଇପାରିବ ।

PM Modi Revdi Culture
Advertisment
Advertisment