• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ ଲାଲକିଲ୍ଲାରେ ଶିଖ୍ ଗୁରୁ ତେଗ ବାହାଦୁରଙ୍କ ୪୦୦ତମ ପ୍ରକାଶ ପୁରବ ପାଳନ ଅବସରରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଲାଲକିଲାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉତ୍ସବରେ ୪୦୦ ରାଗିସ ବା ଶିଖ୍ ସଙ୍ଗୀତକାର ଯୋଗଦେଇ ଶବଦ କିର୍ତ୍ତନ ପରିବେଷଣ କରିଛନ୍ତି ।

ଉତ୍ସବରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଉତ୍ସବ ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପରିଚାଳନା କମିଟି ସହଯୋଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜନ କରାଯାଇଛି ।

ସେପଟେ ଗୁରୁ ତେଗ୍ ବାହାଦୁରଙ୍କ ୪୦୦ତମ ପ୍ରକାଶ ପୁରବ ଉତ୍ସବ ଅବସରରେ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିରର ନିକଟରେ ରଙ୍ଗୀନ ଆତଶବାଜୀ ଦେଖିବାକୁ ମିଳିଛି । ଗୁରୁ ତେଗ୍ ବାହାଦୁର ହେଉଛନ୍ତି ଶିଖ୍ ସଂପ୍ରାଦୟର ନବମ ଗୁରୁ । ୧୬୨୧ ମସିହା ଏପ୍ରିଲ ୨୧ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନକୁ ଗୁରୁ ତେଗ୍ ବାହାଦୁର ଜୟନ୍ତୀ ବା ପ୍ରକାଶ ପୁରବ ନାଁରେ ପାଳନ କରାଯାଏ । ଏ ବର୍ଷ ଗୁରୁ ତେଗ୍ ବାହାଦୂରଙ୍କ ୪୦୦ ତମ ଜୟନ୍ତୀ ଉତ୍ସବ ପାଳନ କରାଯାଉଥିବାରୁ ଉଭୟ ଦିଲ୍ଲୀ ଓ ଅମୃତସରରେ ବିଶାଳ ଆୟୋଜନ କରାଯାଇଛି ।

ଏହି ଅବସରରେ ମୋଦି କହିଛନ୍ତି ଗୁରୁ ତେଗ୍ ବାହାଦୂରଙ୍କ ତ୍ୟାଗ ପିଢ଼ି ପିଢ଼ି ପାଇଁ ପ୍ରେରଣା ଆଣିଦେବ । ମହାନ ସଂସ୍କୃତିକୁ ସୁରକ୍ଷିତ କରିବାରେ ତେଗ୍ ବାହାଦୂରଙ୍କ ଭୂମିକା ଅତୁଳନୀୟ । ଆଉରାଙ୍ଗଜେବ ଅନେକ ଲୋକଙ୍କୁ ହତ୍ୟା କରିଥାଇ ପାରନ୍ତି କିନ୍ତୁ ଲୋକଙ୍କ ବିଶ୍ୱାସକୁ ନୁହେଁ । ଲାଲକିଲା ଆଜି ଅନେକ ଘଟଣାର ମୁକସାକ୍ଷୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।