Advertisment

୧୦ ବର୍ଷ ପୂରଣ କଲା ‘ମନ୍ କି ବାତ୍’; ଆଜିର ଏପିସୋଡ ଭାବପ୍ରବଣ କହିଲେ ମୋଦି

୧୦ ବର୍ଷ ତଳେ ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଏହି ରେଡିଓଭିତ୍ତିକ କାର୍ଯ୍ୟକ୍ରମ ଆଜି ଦେଶର ଘରେ ଘରେ ପରିଚିତ, ପ୍ରଶଂସିତ। ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ବ୍ୟକ୍ତିଗତ ପ୍ରତିଭା ହେଉ ଅବା ସମାଜ ପାଇଁ ପରିଶ୍ରମ ଓ ଉତ୍ସର୍ଗ, ଲୋକଲୋଚନକୁ ଆସିବା ସହ ପ୍ରଚାର ପ୍ରସାର ବି ହୋଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Mann Ki Baat

Mann Ki Baat

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନର କଥା- ମନ୍ କି ବାତ୍। ୧୦ ବର୍ଷ ତଳେ ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଏହି ରେଡିଓଭିତ୍ତିକ କାର୍ଯ୍ୟକ୍ରମ ଆଜି ଦେଶର ଘରେ ଘରେ ପରିଚିତ, ପ୍ରଶଂସିତ। ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ବ୍ୟକ୍ତିଗତ ପ୍ରତିଭା ହେଉ ଅବା ସମାଜ ପାଇଁ ପରିଶ୍ରମ ଓ ଉତ୍ସର୍ଗ, ଲୋକଲୋଚନକୁ ଆସିବା ସହ ପ୍ରଚାର ପ୍ରସାର ବି ହୋଇଛି । ଆଜି କାର୍ଯ୍ୟକ୍ରମର ୧୧୪ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ ବେଳେ ଭାବପ୍ରବଣ ହେବା ସହ ଆଶୀର୍ବାଦ ଲୋଡିଛନ୍ତି ପିଏମ୍ ମୋଦି ।

Advertisment

୩ ଅକ୍ଟୋବର ୨୦୧୪। ବିଜୟା ଦଶମୀର ପବିତ୍ର ମୁହୂର୍ତ୍ତ । ଧିରେ ଧିରେ ହଜିବାକୁ ବସିଥିବା ରେଡିଓରେ ଦେଶବାସୀଙ୍କ ସହ ଯୋଡ଼ି ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବ ବିନିମୟ। ଦେଶର ଉପାନ୍ତ, ଅପହଂଚ ଇଲାକାରେ ଲୁଚି ରହିଥିବା ବ୍ୟକ୍ତିଗତ କୀର୍ତ୍ତିମାନ ହେଉ ଅବା ସାମୁହିକ ଉପଲବ୍ଧି, ମନ୍ କି ବାତ୍ କାର୍ଯ୍ୟକ୍ରମରେ 
ଦେଶବାସୀଙ୍କ ଆଗରେ ପ୍ରସ୍ଫୁଟିତ ହୋଇଛି, ଦେଶକୁ ଗର୍ବ ଓ ଗୌରବମଣ୍ଡିତ କରିଛି। ଦେଖୁ ଦେଖୁ ୧୦ ବର୍ଷ ପୁରା କରିଛି ଏହି ନିରବଚ୍ଛିନ୍ନ ଯାତ୍ରା। ଆଜି ୧୧୪ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୋତା ହି ଏହି କାର୍ଯ୍ୟକ୍ରମର ଅସଲ ସୁତ୍ରଧର। 

କାର୍ଯ୍ୟକ୍ରମର ପ୍ରତି ଏପିସୋଡ୍ ସହ ଯୋଡି ହୋଇ ଯାଇଛି ନୂତନ ଗାଥା, ନୂଆ କୀର୍ତ୍ତିମାନ ଏବଂ କିଛି ନୂଆ ବ୍ୟକ୍ତିତ୍ୱ। ସେ ବସ୍ତି ଅଂଚଳରେ ପିଲାଙ୍କୁ ଶିକ୍ଷାର ଆଲୋକ ଦେଖାଇଥିବା ପ୍ରକାଶ ରାଓ ହୁଅନ୍ତୁ ଅବା ନିଜ ଉଦ୍ୟମରେ ୩ହଜାରରୁ ଅଧିକ ଔଷଧୀୟ ବୃକ୍ଷ ଲଗାଇଥିବା କଳାହାଣ୍ଡିର ୬୫ ବର୍ଷିୟ ପଟାୟତ ସାହୁ । ସେନାରେ ଯୋଗ ଦେବା ଲାଗି ଯୁବକଙ୍କୁ ମାଗଣାରେ ଟ୍ରେନିଂ ଦେଉଥିବା ଜଗତସିଂହପୁରର ସିଲୁ ନାୟକଙ୍କ ସହ ପଖାଳ କଂସାରୁ ଯୁବପିଢିଙ୍କ ମଧ୍ୟରେ ପରିଚିତ ଓଡ଼ିଆ ୟୁଟ୍ୟୁବର ଇସାକ ମୁଣ୍ଡା, ମନ୍ କି ବାତ୍ କାର୍ଯ୍ୟକ୍ରମ ଦ୍ବାରା ସାମ୍ନାକୁ ଆସିପାରିଛି ଲୁକ୍କାୟିତ ପ୍ରତିଭା।

Advertisment

କେତେବେଳେ ଆତ୍ମନିର୍ଭର ଭାରତକୁ ବଳ ମିଳିଛି ତ କେତେବେଳେ ଗର୍ବିତ କରିଛି ସ୍ବଦେଶୀ ଜ୍ଞାନ କୌଶଳ। ୨୨ଟି ଭାରତୀୟ ଭାଷା ଓ ୧୧ଟି ବିଦେଶୀ ଭାଷାରେ ପ୍ରସାରିତ ଏହି କାର୍ଯ୍ୟକ୍ରମ ଘରେ ଘରେ ପହଁଚିପାରିଛି। ୧୦ ବର୍ଷର ସଫଳତା ସହ ଆଜି ବି ଉତ୍କଣ୍ଠାର ସହ ସମସ୍ତେ ଶୁଣୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ କି ବାତ୍। 

ଆଦିବାସୀଙ୍କ ସାନ୍ତାଳୀ ଭାଷାର ଅଲଚିକ ଲିପିକୁ ଡିଜିଟାଲାଇଜେସନ କରିବାରେ ଅଣ୍ଟା ଭିଡ଼ିଥିବା ମୟୂରଭଞ୍ଜ ଜିଲ୍ଲା ବାଦାମ ପାହାଡ ଗୋବିନ୍ଦପୁର ଗାଁର ରାମଜିତ୍ ଟୁଡୁ। ମୋବାଇଲରେ କିଭଳି ଏହି ଲିପିକୁ ବ୍ୟବହାର କରିହେବ ସେନେଇ ୧୦ ବର୍ଷ ହେଲା ପ୍ରୟାସ କରି ସଫଳତା ପାଇଛନ୍ତି ରାମଜିତ୍। କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ଅବସରରେ ରାମ୍‌ଜିତ୍‌ଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ମୋଦି। 

Mann Ki Baat Narendra Modi PM Modi PM Modi In Mann Ki Baat
Advertisment
Advertisment