/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724552744.jpg)
Lakhpati Didi
ମହିଳା ସଶକ୍ତୀକରଣ କ୍ଷେତ୍ରରେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୧ ଲକ୍ଷ ନୂଆ ଲକ୍ଷପତିି ଦିଦିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବେ । ଏଥିପାଇଁ ପିଏମ୍ ମୋଦି ଆଜି ମହାରାଷ୍ଟ୍ରର ଜଲଗାଁଓ ଯିବେ । ଜଲଗାଁଓରେ ଆୟୋଜିତ ହେବାକୁ ଥିବା ଲକ୍ଷପତି ଦିଦି ସମ୍ମିଳନୀରେ ମୋଦି ଯୋଗ ଦେବେ । ମୋଦି ସରକାରଙ୍କ ତୃତୀୟ ପାଳିରେ ନୂଆ କରି ଲକ୍ଷପତି ବନିଥିବା ୧୧ ଲକ୍ଷ ମହିଳାଙ୍କୁ ସାର୍ଟିଫିକେଟ୍ ଦେବା ସହ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଦେଶବ୍ୟାପୀ ଲକ୍ଷପତି ଦିଦିଙ୍କ ସହ ସେ ଆଲୋଚନା କରିବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୫ ଶହ କୋଟିର ଏକ ରିଭଲଭିଙ୍ଗ ଫଣ୍ଡ ଘୋଷଣା କରିବେ । ଏହାଦ୍ୱାରା ପ୍ରାୟ ୪୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପକୃତ ହେବେ । ଏଥିସହ ୨୬ ଲକ୍ଷ ଏସଏଚଜି ଗ୍ରୁପଙ୍କୁ ସହାୟତା ପାଇଁ ମୋଦି ୫ ହଜାର କୋଟିର ଏକ ବ୍ୟାଙ୍କ ଲୋନକୁ ମଧ୍ୟ ମଞ୍ଜୁର ନେଇ ଘୋଷଣା କରିବେ । ଲଖପତି ଦିଦି ଯୋଜନାରେ ଏଯାଏଁ ୧କୋଟି ମହିଳା ଲକ୍ଷପତି ବନିସାରିଲେଣି । ଏହି ସଂଖ୍ୟାକୁ ୩ କୋଟିରେ ପହଁଚାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)