ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଉଦଘାଟିତ ହୋଇଛି ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର ବା 'ୟଶୋଭୂମି' । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱାରକାଠାରେ 'ୟଶୋଭୂମି' କାର୍ଯ୍ୟକ୍ଷମ ହେବା ପରେ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମି ସ୍ଥାପନ ହୋଇପାରିବ ବୋଲି ଆଶା କରାଯାଉଛି ।
ସମୁଦାୟ ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ପ୍ରକଳ୍ପ କ୍ଷେତ୍ରଫଳ ଏବଂ ସମୁଦାୟ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ନିର୍ମିତ ଅଞ୍ଚଳ ସହିତ ଏହି କେନ୍ଦ୍ରରେ ମିଟିଂ, ସମ୍ମିଳନୀ, ପ୍ରଦର୍ଶନୀ ବହୁ ବଡ ବଡ କାର୍ଯ୍ୟକ୍ରମର ସୁବିଧା ସ୍ଥାନ ପାଇବ । ପାଖାପାଖି ୫ ହଜାର ୪ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ 'ଯଶୋଭୂମି'ରେ ଏକ ଭବ୍ୟ କନଭେନସନ୍ ସେଣ୍ଟର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି ।
Also Read
୭୩ ହଜାର ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ସମ୍ମିଳନୀ କେନ୍ଦ୍ରରେ ମୁଖ୍ୟ ଅଡିଟୋରିୟମ, ଏକ ଗ୍ରାଣ୍ଡ ବଲ ରୁମ ସମେତ ୧୫ଟି କନଭେନସନ ରୁମ୍ ଏବଂ ୧୩ଟି ମିଟିଂ ରୁମର ବ୍ୟବସ୍ଥା ରହିଛି । କନଭେନସନ୍ ସେଣ୍ଟରରେ ଥିବା ପୂର୍ଣ୍ଣାଙ୍ଗ ହଲକୁ ପ୍ରାୟ ୬ ହଜାର ଅତିଥି ବସିବା କ୍ଷମତା ବିଶିଷ୍ଟ କରାଯାଇଛି ।