Advertisment

୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ; ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସରେ ନିଯୁକ୍ତି

କନଷ୍ଟେବଳ, ସବ୍-ଇନସପେକ୍ଟର ଭଳି ପଦବୀ ପୂରଣ ହେବ । ରୋଜଗାର ମେଳାର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମିଟିଂ ମାଧ୍ୟମରେ ଉଦବୋଧନ ଦେବା ସହ ଆପଏଣ୍ଟମେଣ୍ଟ ଲେଟର ଦେଇଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Rozgar Mela Today

Rozgar Mela Today

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋଜଗାର ମେଳା ମାଧ୍ୟମରେ ପ୍ରାୟ ୫୧ ହଜାର ଜଣଙ୍କୁ ଦେବେ ନିଯୁକ୍ତିପତ୍ର ଦେଇଛନ୍ତି। ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ ବା CAPFରେ ସମସ୍ତଙ୍କୁ ନିଯୁକ୍ତିପତ୍ର ଦିଆଯିବ । ସିଆରପିଏଫ, ବିଏସଏଫ ଏବଂ ସଶସ୍ତ୍ର ସୀମା ବଳ ବା ଏସଏସବିରେ ମିଳିଲା ଏହି ନୂଆ ନିଯୁକ୍ତି ।

Advertisment

ଏସବୁ ବିଭାଗରେ କନଷ୍ଟେବଳ, ସବ୍-ଇନସପେକ୍ଟର ଭଳି ପଦବୀ ପୂରଣ ହେବ । ରୋଜଗାର ମେଳାର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମିଟିଂ ମାଧ୍ୟମରେ ଉଦବୋଧନ ଦେବା ସହ ଆପଏଣ୍ଟମେଣ୍ଟ ଲେଟର ଦେଇଛନ୍ତି । ଦେଶର ୪୫ଟି ସ୍ଥାନରେ ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (CRPF), ସୀମା ସୁରକ୍ଷା ବଳ (ବିଏସ୍ଏଫ୍), ଆସାମ ରାଇଫଲ୍ସ, ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍), ଶାସ୍ତ୍ରୀ ସୀମା ବାଲ୍ ଭଳି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (CAPF) ରେ କର୍ମଚାରୀ ନିଯୁକ୍ତି କରିବାକୁ MHA ଲକ୍ଷ୍ୟ ରଖିଛି । ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସ ରୋଜଗାର ମେଳା ମାଧ୍ୟମରେ ଏହି ନିଯୁକ୍ତି ଦିଆଯିବ ।

Advertisment

ଏହା ବ୍ୟତୀତ ପିଏମଓ ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ନୂତନ ନିଯୁକ୍ତି ମାଧ୍ୟମରେ CAPF ଏବଂ ଦିଲ୍ଲୀ ପୋଲିସକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ସଂଗଠନଗୁଡ଼ି ବହୁମୁଖୀ ଭୂମିକା ଗ୍ରହଣ କରିବାରେ ସହାୟକ ହେବ । ଯାହା ମାଧ୍ୟମରେ ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ, ବିଦ୍ରୋହର ମୁକାବିଲା, ବାମପନ୍ଥୀ ଉଗ୍ରବାଦ ବିରୋଧରେ କାର୍ଯ୍ୟ କରିବ । ତାହା ସହ ଦେଶର ସୀମା ରକ୍ଷା ପାଇଁ ମଧ୍ୟ କାର୍ଯ୍ୟ କରିବ ।

ଖାଲି ସେତିକି ନୁହେଁ, ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ପଦବୀ ଗୁଡ଼ିକ ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ । ଯୁବକମାନଙ୍କୁ ସଶକ୍ତିକରଣ ତଥା ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଏହି ନିଯୁକ୍ତି ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ପିଏମଓ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ।

PM Modi
Advertisment
Advertisment