Advertisment

G7 Summit: ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ

କାନାଡାର କାନାନାସ୍କିରେ ଚଳିତ ମାସ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୭ ଶିଖର ସମ୍ମିଳନୀ । ଏଥିରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି । ଏହି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କାନାଡା ଯିବେ ବୋଲି ଏକ୍ସରେ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
G-7 Summit

G-7 Summit

Advertisment

କାନାଡାର କାନାନାସ୍କିରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି । ମାର୍କ କାର୍ନିଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ କାନାଡ଼ା ଯିବେ । ଏ ନେଇ ନିଜେ ସୋସିଆଲ୍ ମିଡ଼ିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ସେ ଲେଖିଛନ୍ତି, କାନାଡାର ପ୍ରଧାନମନ୍ତ୍ରୀଙ୍କ ଠାରୁ ଫୋନ୍ ପାଇ ଖୁସି ହେଲି। ନିକଟରେ ଅନୁଷ୍ଠିତ ନିର୍ବାଚନରେ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି। ଚଳିତ ମାସ ଶେଷରେ କାନାଡ଼ାର କାନାନାସ୍କିରେ ହେବାକୁ ଥିବା  ଜି-୭ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଥିବା କହିଛନ୍ତି ମୋଦି। ଭାରତ ଏବଂ କାନାଡ଼ା ମଧ୍ୟରେ ପାରସ୍ପରିକ ସମ୍ମାନ ଏବଂ ଉଭୟ ରାଷ୍ଟ୍ରର ସ୍ୱାର୍ଥ ଦ୍ୱାରା ପରିଚାଳିତ ନୂତନ ଉର୍ଜା ସହିତ ଏକାଠି କାମ କରିବେ। ଶିଖର ସମ୍ମିଳନୀରେ ହେବାକୁ ଥିବା ସାକ୍ଷାତ ଅପେକ୍ଷାରେ ବୋଲି ମୋଦି ଲେଖିଛନ୍ତି।

ଅଧିକ ପଢନ୍ତୁ: କ୍ରିମିଆ ସେତୁକୁ ଉଡାଇଲା ୟୁକ୍ରେନ; ବଡ ଧରଣର ଅଣ୍ଡରୱାଟର୍ ବିସ୍ଫୋରଣ

ସୂଚନାଯୋଗ୍ୟ, ଜି-୭ ହେଉଛି ବିଶ୍ୱର ସବୁଠାରୁ ଶିଳ୍ପୋନ୍ନତ ଅର୍ଥନୀତି ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, ଜାପାନ, ଆମେରିକା ଏବଂ କାନାଡାକୁ ନେଇ ଗଠିତ ଏକ ଅନୌପଚାରିକ ଗୋଷ୍ଠୀ । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ୟୁରୋପୀୟ ସଂଘ (ଇୟୁ), ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ), ବିଶ୍ୱ ବ୍ୟାଙ୍କ ଏବଂ ଜାତିସଂଘ ମୁଖ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । 

Advertisment

କାନାଡାରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜାରଙ୍କ ହତ୍ୟା ପଛରେ ଭାରତର ହାତ ଥିବା କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମନ୍ତବ୍ୟ ଦେବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଥିଲା । ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ବିଗିଡି ଯାଇଥିଲା । ତେବେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଥିଲା ।

ଅଧିକ ପଢନ୍ତୁ: ପଦାରେ ପଡ଼ିଲା ଟ୍ରମ୍ପ୍ ଓ ମସ୍କଙ୍କ କଳି; ମସ୍କ କହିଲେ- ମୋ ବିନା ଟ୍ରମ୍ପ୍ ନିର୍ବାଚନ ଜିତିପାରି ନଥାନ୍ତେ

Advertisment
Prime Minister Narendra Modi Canada PM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ