Advertisment

୬ ବର୍ଷ ପରେ ବସୁଛି ମିଳିତ ସମ୍ମିଳନୀ; ଇ-କୋର୍ଟ, କୋର୍ଟ ଭିତ୍ତିଭୂମି ବିକାଶ ଉପରେ ହେବ ଆଲୋଚନା

ଆଜି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ମିଳିତ ସମ୍ମିଳନୀ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
PM Modi

PM Modi

ଆଜି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ମିଳିତ ସମ୍ମିଳନୀ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ।

Advertisment

ଦୀର୍ଘ ୬ ବର୍ଷ ପରେ ଆଜି ପୁଣିଥରେ ବସୁଛି ଏହି ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ସମ୍ମିଳନୀକୁ ଉଦଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ଓ ବିଚାରପତିଙ୍କୁ ସମ୍ବୋଧନ କରିବେ । ଏହି ଅବସରରେ ପ୍ରଧାନ ବିଚାରପତି ଏନ୍. ଭି. ରମନ୍ନା ଓ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ ନିଜର ବକ୍ତବ୍ୟ ପ୍ରଦାନ କରିବେ ।

ସୂଚନା ଅନୁସାରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରାୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଉଛନ୍ତି । ଏଭଳି ସମ୍ମିଳନୀ ଫଳରେ ସାଧାରଣଓ ନ୍ୟାୟିକ ବ୍ୟବସ୍ଥାକୁ ମଜଭୁତ କରିବ । ସମ୍ମିଳନୀ ଅବସରରେ ଅନେକ ଛୋଟ ଛୋଟ କାର୍ଯ୍ୟକ୍ରମ ରହିଛି ଇ-କୋର୍ଟ, ଆଧୁନିକ ଜ୍ଞାନକୌଶଳ ଉପଯୋଗ ସହ ନ୍ୟାୟିକ ବ୍ୟବସ୍ଥାର ଭିତ୍ତିଭୂମି ବିକାଶ, ତ୍ୱରିତ ନ୍ୟାୟ ପ୍ରଦାନ, ମାମଲା ପଡ଼ି ରହିବା ହ୍ରାସ କରିବା, ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ଆଦି ନେଇ ଏଥିରେ ଆଲୋଚନା ହେବ।

Advertisment

ଗତ କିଛି ମାସ ପୂର୍ବରୁ ପ୍ରଧାନ ବିଚାରପତି ନେସନାଲ ଜୁଡିସିଆଲ ଫ୍ୟାସିଲିଟିଜ୍ ଅଥରିଟି ଅଫ୍ ଇଣ୍ଡିଆ-ଏନ୍‌ଜେଏଫ୍ଏଆଇ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ସେନେଇ ଆଜିର ବୈଠକରେ ଆଲୋଚନା ହୋଇପାରେ । ତେବେ ଏହି ବୈଠକରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ।

Narendra Modi PM Modi
Advertisment
Advertisment