• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍‌ । ସଂସଦର ଗରିମାକୁ ଅକ୍ଷୂଣ୍ଣ ରଖିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ଜାନୁଆରୀରୁ ଯିଏ ଯାହା ପ୍ରତିଶ୍ରୁତି ଦେବା କଥା ଦେଇ ସାରିଛନ୍ତି । ଦେଶବାସୀ ମଧ୍ୟ ସେମାନଙ୍କର ରାୟ ଦେଇ ସାରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବର୍ତ୍ତମାନ ଏକଜୁଟ୍ ହୋଇ ଦେଶ ପାଇଁ ଲଢ଼ିବାର ସମୟ ଆସିଯାଇଛି ବୋଲି କହିଲେ ମୋଦି । ନିଜ ଦଳ ପାଇଁ ଆପଣମାନେ ଯେତେ ଲଢ଼ିବା କଥା ଲଢ଼ିଲେ । ଆଗାମୀ ଚାରି, ସାଢ଼େ ଚାରି ବର୍ଷ ଦେଶ ପାଇଁ ଲଢ଼େଇ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦଳର ଊର୍ଦ୍ଧ୍ୱକୁ ଉଠି ସଂସଦର ଗରିମାକୁ ଅକ୍ଷୁଣ୍ଣ ରଖିବାକୁ ଏହି ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ବଜେଟ୍‌-୨୦୨୪: ଏହି ୫ଟି ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

୨୦୨୯ ଜାନୁଆରୀ ପର୍ଯ୍ୟନ୍ତ ସଂସଦୀୟ କ୍ଷେତ୍ର ପାଇଁ କାମ କରନ୍ତୁ । ସଂସଦ ଦଳ ପାଇଁ ନୁହେଁ, ଦେଶ ପାଇଁ ବୋଲି କହିଲେ ମୋଦି । ବିରୋଧୀ ବିଚାର ଖରାପ ନୁହେଁ, ନକରାତ୍ମକ ଚିନ୍ତା ଖରାପ ବୋଲି ସେ କହିଛନ୍ତି । ବଜେଟ୍ ଅଧିବେଶନ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ । ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି ।

ସରକାର ଏହି ସମୟରେ ୬ଟି ବିଲ୍ ଆଗତ କରିବାର ସମ୍ଭାବନା ରହିଛି । ୨୩ ତାରିଖରେ ବଜେଟ୍ ଉପସ୍ଥାପନ ହେବ । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ପ୍ରଥମ ଦିନରେ ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ ।

ବଜେଟ୍ ଅଧିବେଶନ ପୂର୍ବରୁ ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଥିଲେ କେନ୍ଦ୍ର ସରକାର । ଆଜି କଂଗ୍ରେସର ସଂସଦୀୟ ଦଳ ବୈଠକ ବସିବାକୁ ଥିବା ବେଳେ, ନିଟ୍ ଅନିୟମିତତା, ବେରୋଜଗାରୀ ଓ ଜାତୀୟ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ।

ଅଧିକ ପଢ଼ନ୍ତୁ: ଆଜିଠୁ ବଜେଟ୍ ଅଧିବେଶନ; ୨୭ଟି କାର୍ଯ୍ୟଦିବସ, ନୂଆ ସରକାରକୁ ଟାର୍ଗେଟ୍ ଯୋଜନା

ତେବେ ଏହାର ମୁକାବିଲା ପାଇଁ ବିଡେପି ନେତୃତ୍ୱାଧୀନ ଏନ୍‌ଡିଏର ନେତାମାନେ ନଧ୍ୟ ସଜବାଜ ହୋଇ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ନିଟ୍ ୟୁଜି ପେପର୍ ମାମଲାରେ ସିବିଆଇ ୨୧ ଜଣଙ୍କୁ ଗିରଫ କରିଛି । ଏହା ସହ ୭ଟି ରାଜ୍ୟର ରାଜ୍ୟ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ଜଣଙ୍କୁ ଗିରଫ କରିସାରିଲାଣି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିଟ୍ ପରୀକ୍ଷା ଫଳ ମଧ୍ୟ ଘୋଷଣା ସରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now