• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସହିଦ ଭଗତ ସିଂହଙ୍କ ନାଁରେ ନାମିତ ହେବ ଚଣ୍ଡିଗଡ଼ ଏୟାରପୋର୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଘୋଷଣା କରିଛନ୍ତି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ରେଡିଓରେ ସମ୍ବୋଧନ କରିବା ବେଳେ ମୋଦି ଏହି ଘୋଷଣା କରିଛନ୍ତି । ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଚଣ୍ଡିଗଡ଼ ଏୟାରପୋର୍ଟକୁ ଦେଶର ଏହି ବରପୁତ୍ରଙ୍କ ନାଁରେ କରାଯିବ ବୋଲି କହିଛନ୍ତି ମୋଦି ।

ଏହା ସହିତ ମୋଦି ଆଜି ଘୋଷଣା କରିଛନ୍ତି ଯେ, ସେପ୍ଟେମ୍ବର ୨୮କୁ ସର୍ଜିକାଲ ଷ୍ଟ୍ରାଇକ୍ ଦିବସ ଭାବେ ପାଳନ କରାଯିବ । ଉରି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ୨୦୧୬ ସେପ୍ଟେମ୍ବର ୨୮ ତାରିଖ ରାତିରେ ପାକ୍ ଅଧିକୃତ କାଶ୍ମୀରକୁ ଯାଇ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଟିମ୍ । ଆତଙ୍କବାଦୀଙ୍କୁ ମିଳିଥିଲା ଉଚିତ୍‌ ଶିକ୍ଷା ।  ତେଣୁ ସେପ୍ଟେମ୍ବର ୨୮କୁ ସର୍ଜିକାଲ ଷ୍ଟ୍ରାଇକ୍ ଡେ ଭାବେ ପାଳନ କରାଯିବ ବୋଲି ମୋଦି କହିଛନ୍ତି ।

ଆଜିର ମନ୍ କି ବାତ୍‌ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୋଦି କହିଛନ୍ତି, ସେ ଭାରତୀୟ ଦର୍ଶନତତ୍ୱର ଶିକ୍ଷା ଦେଇଥିଲେ । ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ମୋଦି ଉଦ୍‌ବେଗ ପ୍ରକାଶ କରିଛନ୍ତି । ସାମୁଦ୍ରିକ ଜୈବ ପରିସ୍ଥାନ ପ୍ରତି ବିପଦ ସୃଷ୍ଟି କରିଛି ଜଳବାୟୁ ପରିବର୍ତ୍ତନ । ତେଣୁ ସମୁଦ୍ର ଉପକୂଳ ଅଞ୍ଚଳକୁ ସ୍ୱଚ୍ଛ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।  ଅଧିକରୁ ଅଧିକ ଖଦି, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପୂର୍ବରୁ ଜୁନ୍‌ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ୟୁଏନ୍‌ ମାନିନେଇଥିଲା । ହେଲେ ଏବେ ଭାରତର ରକ୍ତଚାପ ନିୟନ୍ତ୍ରଣ ଉଦ୍ୟମକୁ ୟୁଏନ୍‌ ମଧ୍ୟ ସ୍ୱୀକୃତି ଦେଇଛି । ମେରାଇନ୍ ଇକୋ ସିଷ୍ଟମ ପାଇଁ କ୍ଲାଇମେଟ ଚେଞ୍ଜ ବିପଦ ଭାବେ ଉଭା ହୋଇଛି । ତେଣୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ସ୍ୱଚ୍ଛ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆମେ ଆତ୍ମନିର୍ଭର ପଥେ ବଢ଼ୁଛୁ । ଆମେ ମାନେ ଆତ୍ମନିର୍ଭର ହୋଇପାରିଲେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି । ସେଥିପାଇଁ ଦେଶବାସୀଙ୍କୁ ଅଧିକରୁ ଅଧିକ ଖଦି, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହିପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଦେଶବାଶୀଙ୍କୁ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ପ୍ରେରିତ ହେବାକୁ କହିଛନ୍ତି ।