• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

G7 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀ ଗସ୍ତରେ ଥିଲେ । ଏବେ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ପରେ ଯୋଗଦେଇଥିବା ମିତ୍ର ରାଷ୍ଟ୍ରଙ୍କୁ ଉପହାର ଦେଇଛନ୍ତି । ଭାରତୀୟ କଳା, ସଂସ୍କୃତି ଓ ଦକ୍ଷତାର ପରିଚୟ ଥିବା ବିଭିନ୍ନ ଉପହାର ରାଷ୍ଟ୍ରମୁଖ୍ୟ ମାନଙ୍କୁ ଦେଇଛନ୍ତି । ହାତ ବୁଣା କାର୍ପେଟ, ଖୋଦିତ ମାଠିଆ, କପ୍ ସେଟ୍, ବ୍ରୋଚ୍ ଭଳି ବିଭିନ୍ନ ଉପହାର ନେତାମାନଙ୍କୁ ଉପହାର ଦେଇଛନ୍ତି ମୋଦି । ଅଧିକାଂଶ ଉପହାର ୟୁପି ସହରରୁ ନିଆଯାଇଥିବା ଜଣାପଡ଼ିଛି ।

ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦି କାହାକୁ କ’ଣ ଦେଇଛନ୍ତି ? 

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବହୁମୂଲ୍ୟ ମିନାକରୀ ବ୍ରୋଚ୍ ଓ କପଲିଙ୍କ୍ସ ଉପହାର ଦେଇଛନ୍ତି । ବାରଣାସୀରେ ଏହି କଳାକୁ GI ଟ୍ୟାଗ୍ ମିଳିଛି । ୟୁପି ନିଜାମାବାଦ୍ର ସ୍ୱତନ୍ତ୍ର କଳା ମାଟି ପାତ୍ରକୁ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି । ଏହି କଳାପାତ୍ରକୁ କୌଣସି ରଙ୍ଗରେ ନୁହେଁ ବରଂ ଧୂଆଁ ଦ୍ୱାରା କଳା କରାଯାଇଥାଏ । ତାସହ ଏହାର ସୌନ୍ଦର୍ଯ୍ୟ ସାରା ଭାରତରେ ପ୍ରସିଦ୍ଧ ।

ଛତିଶଗଡ଼ର ଡୋକ୍ରା କଳାରେ ନିର୍ମିତ ଶ୍ରୀରାମଙ୍କ ଶୋଭାଯାତ୍ରାର ପ୍ରତିମୂର୍ତ୍ତିକୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଉପହାର ଦେଇଛନ୍ତି । ଯେଉଁଥିରେ ହାତୀ ଉପରେ ବସି ଶ୍ରୀରାମ, ଲକ୍ଷ୍ମଣ, ସୀତା ବସିଛନ୍ତି । ଅଯୋଧ୍ୟାକୁ ଫେରିବା ବେଳର ଏହି ଦୃଶ୍ୟକୁ ଡ୍ରୋକା କଳାରେ ଦେଖିବାକୁ ମିଳିଛି । ସେହିପରି ଡୋକ୍ରାର ଏକ ନନ୍ଦି ପ୍ରତିମୂର୍ତ୍ତି ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଉପହାର ଦେଇଛନ୍ତି । ଛତିଗଡ଼ର ଏହି ପ୍ରସିଦ୍ଧ କଳା ପ୍ରାୟ ୪ ହଜାର ବର୍ଷ ପୁରୁଣା ।

କାଶ୍ମୀର ସିଲ୍କ କାର୍ପେଟ୍ କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ମୋଦି । କଶ୍ମୀର କାର୍ପେଟ୍ ସାରା ବିଶ୍ୱରେ ପ୍ରସିଦ୍ଧ । ଏହା ଦେଖିବାକୁ ଯେତେ ସୁନ୍ଦର, ବ୍ୟବହାର ବି ସେତେ ଉପଯୋଗୀ । ପ୍ଲାଟିନମ୍ ପ୍ରିଣ୍ଟ ଚା କପ୍ ସେଟ୍ ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଉପହାର ଦେଇଛନ୍ତି । ଇଂଲଣ୍ଡ ରାଣୀ କୁଇନ୍ ଏଲିଜାବେଥଙ୍କୁ ପ୍ଲାଟିନମ୍ ଜୁବଲୀ ସେଲିବ୍ରେସନକୁ ନଜରରେ ରଖି ଏହି ଉପହାର ପ୍ରଧାନମନ୍ତ୍ରୀ ମୋଦି ପ୍ରଦାନ କରିଛନ୍ତି । ସେହିପରି ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ପୁରାତନ କଳା ସମ୍ପର୍ଣ୍ଣ ଏକ ମାର୍ବଲ ଟେବଲ୍ ଉପହାରରେ ଦେଇଛନ୍ତି ମୋଦି , ଯାହା କଳା ମାର୍ବଲ ଉପରେ ବିଭିନ୍ନ ରଙ୍ଗର ମାର୍ବଲ ଖୋଦେଇ ହୋଇ ରହିଛି ।