• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତରକାଶୀ ଟନେଲ୍ ଅପରେସନ ୧୬ ଦିନରେ ପହଞ୍ଚିଥିବା ବେଳେ, ପୁଣି ଜାଗିଲା ଆଶା । ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଆଗେଇ ଚାଲିଥିବା ବେଳେ, ଆଜିଠୁ ଆରମ୍ଭ ହେଉଛି ହରାଇଜଣ୍ଟାଲ୍ ଡ୍ରିଲିଂ । ନଭେମ୍ବର ଶେଷ ସୁଦ୍ଧା ସୁଖବର ମିଳିବାର ଆଶା ରହିଛି । ଅର୍ଥାତ୍ ଆଉ ୩ ଦିନ ଭିତରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପଥରରେ ଫସିଯାଇଥିବା ଅଗର୍ ମେସିନକୁ କାଟି ବାହାର କରାଯିବା ପରେ, ବାକି ଥିବା ୧୦ରୁ ୧୨ ମିଟର ଖୋଳିବା ଲାଗି ମାନୁଆଲ୍ ଡ୍ରିଲିଂ ଆଜି ଠାରୁ ଆରମ୍ଭ ହେଉଛି ବୋଲି ସୂଚନା ମିଳିଛି । ୬ ଜଣିଆ ଟିମ୍ ୩ଟି ଦଳରେ ବିଭକ୍ତ ହୋଇ ମାନୁଆଲ୍ ଡ୍ରିଲିଂ କରିବେ। ଏହି ସମୟରେ ଭୂମିରେ କଂପନକୁ ମାପିବା ପାଇଁ ସେନ୍ସର ବ୍ୟବହାର କରାଯାଉଛି । ଯଦି ଆଉ ବାଧା ନଆସେ ତେବେ ୨୪ରୁ ୩୬ ଘଣ୍ଟା ଭିତରେ ଏହା ଖୋଳା ସରିଯିବ ବୋଲି କୁହାଯାଉଛି ।

ସେପଟେ ପାହାଡ଼ ଉପରୁ ତଳଆଡ଼କୁ ହେଉଥିବା ଭର୍ଟିକାଲ୍ ଡ୍ରିଲିଂ ୩୬ ମିଟର ଯାଏଁ ଖୋଳା ସରିଛି । ଭର୍ଟିକାଲ୍ ଡ୍ରିଲିଂରେ ମୋଟ ୮୬ ମିଟର ଖୋଳିବାକୁ ପଡ଼ିବ ଏବଂ ଏଥିପାଇଁ ମଧ୍ୟ ୩ ଦିନ ଲାଗିପାରେ । ସେପଟେ ଆଜି ଟନେଲରେ ଉଦ୍ଧାରକାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏବଂ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏସ୍.ଏସ୍. ସାନ୍ଧୁ । ପି.କେ. ମିଶ୍ର ଟନେଲରେ ଫସିଥିବା ଶ୍ରମିକଙ୍କ ସହ ଫୋନରେ କଥା ହୋଇ ସେମାନେ କିପରି ଅଛନ୍ତି ଓ କଣ ଖାଉଛନ୍ତି ଆଦି ପଚାରି ବୁଝିବା ସହ, ୪୧ ଶ୍ରମିକଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now