• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶାଳ ରୋଡ୍ ଶୋ’ କରିବା ସହ କାଶୀ ବିଶ୍ୱନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ହାତରେ ତ୍ରିଶୂଳ ଧରି ବାବା ବିଶ୍ୱନାଥଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା। ମନ୍ଦିରରେ ପ୍ରାର୍ଥନା କରିବା ପରେ ହାତରେ ତ୍ରିଶୂଳ ଧରି ଜନସାଧାରଣଙ୍କୁ ଅଭିବାଦନ ଜଣାଇଛନ୍ତି। ତାଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଥିଲେ। ପରେ କାଶୀ ବିଶ୍ୱନାଥଙ୍କ ପାଖରେ କିଛି ସମୟ ବିତାଇବା ସହ ଆଶିଷ ନେଇଥିଲେ।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗତକାଲି ରାତିରେ ମୋଦି ବାରଣାସୀ ଗସ୍ତ କରିଥିଲେ। କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିସ୍ତୃତ ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରି ଭଗବାନ ଶିବଙ୍କୁ ପୂଜା କରିଥିଲେ। ମନ୍ଦିରକୁ ସୁନ୍ଦର ଭାବରେ ଫୁଲରେ ସଜାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବାକୁ ସାରା ଉତ୍ତରପ୍ରଦେଶ ଯେପରି ବାରଣାସୀରେ ଏକାଠି ହୋଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ମୋଦିଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ବାରାଣାସୀରେ ଏକ ରୋଡ୍ ଶୋ’ର ଆୟୋଜନ କରିଥିଲେ। ଏଠାରୁ ସେ ଲଗାତାର ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ, ଆସାମ ଓ ଅରୁଣାଚଳପ୍ରଦେଶରେ ହଜାର ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି।

ପଶ୍ଚିମବଙ୍ଗ ସିଲିଗୁଡିରେ “ବିକଶିତ ଭାରତ ବିକଶିତ ପଶ୍ଚିମବଙ୍ଗ” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ସେ ୪୫୦୦କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶାସକ ଟିଏମସି ସରକାରକୁ ସିଧାସଳଖ ଟାର୍ଗେଟ କରିବା ସହ ଲୁଟ କରିଥିବା ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଗରିବ ବିରୋଧୀ ଟିଏମସି ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରୁନାହିଁ। ଟିଏମସି ସରକାର ଆପଣଙ୍କୁ ଲୁଟ୍ କରୁଛନ୍ତି। ମୋଦି MNREGA ପାଇଁ ଟଙ୍କା ପଠାଉଛି କିନ୍ତୁ ଟିଏମସି ସରକାର ଲୋକଙ୍କ ପାଇଁ ୨୫ ଲକ୍ଷ ନକଲି ଜବ୍ କାର୍ଡ କରିଛି ଭୁଆଁ ବୁଲାଉଛି। ”

ପ୍ରଧାନମନ୍ତ୍ରୀ ମୋଦୀ ଅରୁଣାଚଳ ପ୍ରଦେଶର ଇଟାନଗରରେ 'ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ ବିଶ୍ୱର ଦୀର୍ଘତମ ଟ୍ୱିନ୍ ଲେନ୍ ଟନେଲ୍- “ସେଲା ଟନେଲ୍” ର ଉଦଘାଟନ କରିଥିଲେ। ଏହି ଟନେଲ୍ ତାୱାଙ୍ଗକୁ ଯାତ୍ରା କରିବାର ସମୟ ୧ଘଣ୍ଟା ହ୍ରାସ କରିବ। ଏଥିସହ ଅସ୍ତ୍ରଶସ୍ତ୍ର, ସୈନ୍ୟ ନିୟୋଜନ, LAC ନିକଟରେ ଥିବା ସ୍ଥାନକୁ ସହଜରେ ଯାତ୍ରା କରିବା ସହଜ ହେବ।

ଆସାମରେ ପ୍ରଧାନମନ୍ତ୍ରୀ ମୋଗଲମାନଙ୍କ ଉପରେ ବିଜୟ ଉତ୍ସବ ପାଳନ କରିଥିବା ଆସାମର ରାଜ ସୈନ୍ୟବାହିନୀର ପ୍ରସିଦ୍ଧ ଜେନେରାଲ ଲାଚିତ ବୋରଫୁକାନଙ୍କ ସମ୍ମାନାର୍ଥେ ୮୪ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେ ବିଶ୍ୱ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିଥିଲେ, ଯାହା ଗୋଟିଏ ଶିଙ୍ଗ ଥିବା ଗଣ୍ଡା ପାଇଁ ପ୍ରସିଦ୍ଧ।